ସ୍ୱତନ୍ତ୍ର ଅଧିବେଶନ: ଲୋକସଭାକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ସଂସଦର ପାଞ୍ଚ ଦିନିଆ ସ୍ୱତନ୍ତ୍ର ଅଧିବେଶନ ଆଜିଠୁ ଆରମ୍ଭ ହେବ। ଏହି ସ୍ଵତନ୍ତ୍ର ଅଧିବେଶନର ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକସଭାକୁ ସମ୍ବୋଧନ କରିବେ ବୋଲି ଜଣାପଡ଼ିଛି। ଏହାଛଡ଼ା ଆଜି ୭୫ ବର୍ଷର ସଂସଦୀୟ ଯାତ୍ରା ଉପରେ ଗୃହରେ ଆଲୋଚନା ହେବ। ସ୍ୱତନ୍ତ୍ର ଅଧିବେଶନର ପ୍ରଥମ ଦିନର ବୈଠକ ପୁରୁଣା ସଂସଦରେ ବସିବ । ଏହାପରେ ଅଧିବେଶନ ନୂଆ ସଂସଦ ଭବନରେ ଚାଲିବ ।

ସ୍ୱତନ୍ତ୍ର ଅଧିବେଶନରେ ସରକାର ଗୋପନ ଏଜେଣ୍ଡା ବିଷୟରେ ଘୋଷଣା କରିପାରନ୍ତି ବୋଲି ବିରୋଧୀ ଶିବିରରେ ଆଶଙ୍କା ପ୍ରକାଶ ପାଇଛି। ତେବେ କେନ୍ଦ୍ର ତରଫରୁ ସ୍ବତନ୍ତ୍ର ଅଧିବେଶନର ଏକ ଅସ୍ଥାୟୀ କାର୍ଯ୍ୟସୂଚୀରେ ସରକାର ଏହି ଅଧିବେଶନରେ ୮ଟି ବିଲ୍ ଆଗତ କରିବେ ବୋଲି କୁହାଯାଇଛି ।

Comments are closed.