କାଶ୍ମୀରରେ ପୁଣି ଟାର୍ଗେଟ୍ କିଲିଂ, ନମାଜ କରୁଥିବା ବେଳେ ପୋଲିସ ଅଧିକାରୀଙ୍କୁ ହତ୍ୟା କଲେ ଆତଙ୍କବାଦୀ

ନୂଆଦିଲ୍ଲୀ: କାଶ୍ମୀରରେ ଟାର୍ଗେଟ କିଲିଂର ଆଉ ଏକ ମାମଲା ସାମ୍ନାକୁ ଆସିଛି। ବାରାମୁଲାରେ ଆତଙ୍କବାଦୀମାନେ ଜାମ୍ମୁ କାଶ୍ମୀରର ଜଣେ ଅବସରପ୍ରାପ୍ତ ପୋଲିସ ଅଧିକାରୀଙ୍କୁ ହତ୍ୟା କରିଛନ୍ତି। ମୃତକଙ୍କ ନାମ ମହମ୍ମଦ ଶାଫି ବୋଲି ଜଣାପଡିଛି। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଓ ସେନା ଅଞ୍ଚଳକୁ ଚାରି ଆଡ଼ୁ ଘେରି ଆତଙ୍କବାଦୀଙ୍କୁ ଧରିବା ପାଇଁ ତଲାସି ଆରମ୍ଭ କରିଛନ୍ତି । ଆତଙ୍କବାଦୀମାନେ ନମାଜ କରୁଥିବା ବେଳେ ମହମ୍ମଦ ଶାଫିଙ୍କୁ ମସଜିଦରେ ହତ୍ୟା କରିଥିଲେ‌ ବୋଲି ପୋଲିସ କହିଛି ।

ଜମ୍ମୁ-କାଶ୍ମୀରରେ ଗତ କିଛି ମାସ ଧରି ଆତଙ୍କବାଦୀ ଆକ୍ରମଣ ବଢ଼ିଛି । ନିକଟରେ ପୁଞ୍ଚରେ ସେନା ଗାଡ଼ି ଉପରେ ଆତଙ୍କବାଦୀ ଆକ୍ରମଣରେ ପାଞ୍ଚ ଯବାନ ସହିଦ୍ ହୋଇଥିଲେ ।

ଏହା ପୂର୍ବରୁ ଚଳିତ ବର୍ଷ ମେ ମାସରେ ଆତଙ୍କବାଦୀମାନେ ଉଧମପୁରରେ ଦିପୁ ନାମକ ଜଣେ ସାଧାରଣ ନାଗରିକଙ୍କୁ ହତ୍ୟା କରିଥିଲେ ।

Comments are closed.