ରାଜ୍ୟରେ ଆଉ ଜଣେ କୋରୋନା ପଜିଟିଭ ଚିହ୍ନଟ 

ଭୁବନେଶ୍ୱର – ରାଜ୍ୟରେ ଆଉ ଜଣେ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହ ଗତ ଦୁଇଦିନରେ ଦୁଇ ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। କୋରୋନାର ନୂଆ ଭାରିଆଣ୍ଟ ଜେଏନ୧ ସଂକ୍ରମଣ ଏବେ ବିଶ୍ୱରେ ଚିନ୍ତା ବଢାଇଥିବା ବେଳେ ଭାରତରେ ମଧ୍ୟ ଏହା ବ୍ୟାପିବାରେ ଲାଗିଛି। ବିଶେଷକରି କେରଳ ଓ ଅନ୍ୟ କିଛି ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। କେନ୍ଦ୍ର ସରକାର ସବୁ ରାଜ୍ୟକୁ ସତର୍କତା ଅବଲମ୍ବନ କରିବାକୁ କହିଛନ୍ତି । ଓଡ଼ିଶାରେ ବି ଏ ନେଇ ସତର୍କ ରହିବାକୁ ସ୍ୱାସ୍ଥ୍ୟ ମାର୍ଗଦର୍ଶିକା ଜାରି କରିଛି। ବୟସ୍କ ମାନଙ୍କୁ ମାସ୍କ ପିନ୍ଧିବା ପାଇଁ ପରାମର୍ଶ ଦିଆଯାଇଛି। ଭିଡ ସ୍ଥାନକୁ ନଯିବା ପାଇଁ ମଧ୍ୟ କୁହାଯାଇଛି । ସୂଚନାଯୋଗ୍ୟ ଯେ, ଡିସେମ୍ବର ୩ ପରେ ରାଜ୍ୟର ପ୍ରଥମ କୋରୋନା ପଜିଟିଭ ଗତ ୨୨ ତାରିଖରେ ଚିହ୍ନଟ ହୋଇଥିଲେ ।

Comments are closed.