‘ଡଙ୍କି’ ବନାମ ‘ସାଲାର’: ଶାହରୁଖଙ୍କୁ ପଛରେ ପକାଇଲେ ପ୍ରଭାସ

ନୂଆଦିଲ୍ଲୀ: ମାତ୍ର ଗୋଟିଏ ଦିନର ବ୍ୟବଧାନରେ ଶାହରୁଖ ଖାନଙ୍କ ‘ଡଙ୍କି’ ଏବଂ ପ୍ରଭାସଙ୍କ ‘ସାଲାର’ର ରିଲିଜ୍ ହୋଇଥିଲା। କିନ୍ତୁ ବକ୍ସ ଅଫିସ କଲେକ୍ସନ ମାମଲାରେ ‘ଡଙ୍କି’କୁ ପଛରେ ପକାଇ ଦେଇଛି ‘ସାଲାର’ ।

ରାଜକୁମାର ହିରାନୀ ନିର୍ଦ୍ଦେଶିତ ‘ଡଙ୍କି’ ଡିସେମ୍ବର ୨୧ରେ ରିଲିଜ୍ ହୋଇଥିବା ବେଳେ ପ୍ରଶାନ୍ତ ନୀଲ୍ ନିର୍ଦ୍ଦେଶନାରେ ନିର୍ମିତ ‘ସାଲାର’ ଡିସେମ୍ବର ୨୨ରେ ମୁକ୍ତିଲାଭ କରିଥିଲା |

ଫିଲ୍ମ ‘ଡଙ୍କି’ର ପ୍ରଡକ୍ସନ୍ କମ୍ପାନୀ ରେଡ୍ ଚିଲିସ୍ ଏଣ୍ଟରଟେନମେଣ୍ଟ ତରଫରୁ ରବିବାର ସନ୍ଧ୍ୟାରେ ସେୟାର କରାଯାଇଥିବା ଟୁଇଟ୍ ଅନୁଯାୟୀ ‘ଡଙ୍କି’ ତିନି ଦିନ ମଧ୍ୟରେ ସାରା ବିଶ୍ୱରେ ୧୫୭ କୋଟି ଟଙ୍କା ଆୟ କରିଛି।

ବକ୍ସ ଅଫିସ୍ ତଥ୍ୟ ପ୍ରଦାନ କରୁଥିବା ଏକ ୱେବସାଇଟ୍ ସାକନିଲ୍କ ମୁତାବକ, ଚତୁର୍ଥ ଦିନରେ ‘ଡଙ୍କି’ ଭାରତରେ ସମସ୍ତ ଭାଷାରେ ୩୧ କୋଟି ଟଙ୍କା ଆୟ କରିଛି।

ଅନ୍ୟପକ୍ଷରେ ‘ସାଲାର’ ଅଫିସିଆଲ୍ ହ୍ୟାଣ୍ଡେଲରୁ ଜାରି ତଥ୍ୟ ଅନୁଯାୟୀ, ଫିଲ୍ମ ରିଲିଜ୍ ହେବାର ପ୍ରଥମ ତିନି ଦିନ ମଧ୍ୟରେ ସାରା ବିଶ୍ୱରେ ୪୦୨ କୋଟି ଟଙ୍କା ଆୟ କରିଛି। ପ୍ରଭାସ ଅଭିନୀତ ଫିଲ୍ମ ରବିବାର ଭାରତରେ ୬୪.୦୬ କୋଟି‌ ଆୟ କରିଥିଲା।

ୱେବସାଇଟ୍ ସାକନିଲ୍କ ଅନୁଯାୟୀ, ‘ସାଲାର’ ଫିଲ୍ମ ଭାରତରେ ତିନି ଦିନ ମଧ୍ୟରେ ୨୦୯ କୋଟି ଟଙ୍କା ଆୟ କଲାଣି ।

ଏହି ବର୍ଷ ଶାହରୁଖ ଖାନଙ୍କ ଚଳଚ୍ଚିତ୍ର ‘ପଠାନ୍’ ଏବଂ ‘ଯବାନ’ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥିଲା। ଏହି ଦୁଇ ଚଳଚ୍ଚିତ୍ରର ଆୟ ତୁଳନାରେ, ‘ଡଙ୍କି’ର ପ୍ରାରମ୍ଭିକ କଲେକ୍ସନ କମ୍ ରହିଛି |

ସମୀକ୍ଷକମାନେ କିନ୍ତୁ ଉଭୟ ‘ଡଙ୍କି’ ଏବଂ ‘ସାଲାର’କୁ ଭଲ ରେଟିଂ ଦେଇନାହାଁନ୍ତି |

Comments are closed.