ବିଜେଡିରେ ମିଶିଲେ ପ୍ରଦୀପ ମାଝୀ

ନବରଙ୍ଗପୁର – ବିଜେଡିରେ ସାମିଲ ହୋଇଛନ୍ତି ପୂର୍ବତନ କଂଗ୍ରେସ ନେତା ପ୍ରଦୀପ ମାଝୀ । ନବରଙ୍ଗପୁରରେ ଆୟୋଜିତ ମିଶ୍ରଣ ପର୍ବରେ ଶଙ୍ଖ ଧରିଛନ୍ତି ପୂର୍ବତନ ସାଂସଦ । ବିଧାୟକ ତଥା ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ଦଳରେ ନିଜ ସମର୍ଥକମାନଙ୍କ ସହ ଯୋଗ ଦେଇଛନ୍ତି ପ୍ରଦୀପ ମାଝୀ । ଏହି ଅବସରରେ ସାଂସଦ ରମେଶ ମାଝୀ ମଧ୍ୟ ଉପସ୍ଥିତ ଥିଲେ । ଅକ୍ଟୋବର ୨୨ ତାରିଖରେ କଂଗ୍ରେସରୁ ଇସ୍ତଫା ଦେଇଥିଲେ ପ୍ରଦୀପ । କଂଗ୍ରେସରେ ତାଙ୍କୁ କାମ କରିବା ପାଇଁ ସୁଯୋଗ ମିଳୁନାହିଁ ବୋଲି ସେ କହିଥିଲେ । ଅକ୍ଟୋବର ୨୪ ତାରିଖରେ ସେ ବିଜେଡିରେ ମିଶିବେ ବୋଲି ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଥିଲେ । ଏଥିସହିତ ସେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଥିଲେ ।
ପ୍ରଦୀପ ମାଝୀ ୨୦୦୯ ନିର୍ବାଚନରେ କଂଗ୍ରେସ ଟିକେଟରେ ନବରଙ୍ଗପୁରରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ । କଂଗ୍ରେସ ଛାଡିବା ବେଳେକୁ ସେ ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ଥିଲେ ।

Comments are closed.