ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ର୍‌ସ୍ତୁତି : ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ , ୧୦ ହଜାର ନଗଦ ଓ ୨୮ ଲକ୍ଷ ଟଙ୍କାରୁ ଅଧିକ ଖର୍ଚ୍ଚ କରିପାରିବେ ନାହିଁ ପ୍ରାର୍ଥୀ

ପାଟଣା- ବିହାରରେ ଆଗାମୀ ବିଧାନସଭା ନିର୍ବାଚନ ଲାଗି ନିର୍ବାଚନ କମିଶନ ପ୍ରାର୍ଥୀଙ୍କ ପାଇଁ ଖର୍ଚ୍ଚ ସୀମା ଧାର୍ଯ୍ୟ କରିଛି । ନିର୍ବାଚନ ପ୍ରଚାର ବେଳେ କୌଣସି ପ୍ରାର୍ଥୀ ନଗଦ ଦଶ ହଜାର ଟଙ୍କା ଓ ମୋଟ ୨୮ ଲକ୍ଷରୁ ଅଧିକ ଖର୍ଚ୍ଚ କରିପାରିବେ ନାହିଁ । ପାଟଣା ଓ ଗୟା ବିମାନବନ୍ଦରରେ ଆୟକର ବିଭାଗର ଏୟାର ଇଂଟେଲିଜେନ୍ସ ୟୁନିଟ ମୁତୟନ ରହିବେ । ଏ ସଂପର୍କରେ ନିର୍ବାଚନ କମିଶନ ରାଜ୍ୟର ସବୁ ଜିଲ୍ଲାର ନିର୍ବାଚନ ଅଧିକାରୀଙ୍କୁ ନିର୍ଦ୍ଦେଶନାମା ଜାରି କରିଦେଇଛନ୍ତି ।

କୋରୋନା କାଳରେ ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏଥିପାଇଁ ବିଶେଷ ସତର୍କତା ଅବଲମ୍ବନ କରାଯିବ ।କୋରୋନା ସଂକ୍ରମିତ ହୋଇଥିବା ଓ ଆଗରୁ ସଂକ୍ରମିତ ହୋଇ ଏବେ ସୁସ୍ଥ ଥିବା ଭୋଟରଙ୍କୁ ସବୁଠୁ ଶେଷରେ ମତଦାନର ସୁଯୋଗ ମିଳିବ । ସଂକ୍ରମିତ ଓ ପୂର୍ବରୁ ସଂକ୍ରମିତ ଭୋଟରଙ୍କ ସୂଚୀ ଅଲଗା ଭାବେ ମତଦାନ କେନ୍ଦ୍ରରେ ରହିବ । ବର୍ତମାନ ପର୍ଯ୍ୟନ୍ତ ଯେତେ ଲୋକ କୋରୋନା ସଂକ୍ରମିତ ହୋଇଛନ୍ତି, ସେମାନଙ୍କୁ ବିଧାନସଭା ଆସନ ଅନୁସାରେ ଚିହ୍ନଟ କରାଯାଉଛି । ଏହାର ସୂଚନା ସଂପୃକ୍ତ ନିର୍ବାଚନ ଅଧିକାରୀ ଓ ଅନ୍ୟ ପଦାଧିକାରୀଙ୍କୁ ଦିଆଯାଉଛି ।

Comments are closed.