କରୋନା ସ୍ଥିତି ନେଇ ଆଜି ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ

ନୂଆଦିଲ୍ଲୀ: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଯୋଗୁଁ ଦେଶରେ ସଂକ୍ରମଣ ବିପଜ୍ଜନକ ଭାବେ ବୃଦ୍ଧି ପାଉଛି । ଦେଶରେ କରୋନା ସ୍ଥିତିର ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଏକ ବୈଠକ କରିବେ। ଏହି ବୈଠକ ଅପରାହ୍ନ ୪:୩୦ରେ ଭିଡିଓ କନଫରେନ୍ସ ମାଧ୍ୟମରେ ଅନୁଷ୍ଠିତ ହେବ | ଦେଶରେ କରୋନା ସଂକ୍ରମଣରେ ଦ୍ରୁତ ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟଗୁଡିକ ଦ୍ୱାରା ବିଭିନ୍ନ କଟକଣା ଲଗାଯାଇଛି।

ଏହାପୂର୍ବରୁ ରବିବାର ଦିନ ପ୍ରଧାନମନ୍ତ୍ରୀ ଏକ ଉଚ୍ଚ ସ୍ତରୀୟ ବୈଠକରେ ଦେଶରେ କୋଭିଡ-୧୯ ମହାମାରୀର ସ୍ଥିତି, ସ୍ୱାସ୍ଥ୍ୟ ଭିତ୍ତିଭୂମିର ନିରନ୍ତର ପ୍ରସ୍ତୁତି, ଦେଶରେ ଟିକାକରଣ ଅଭିଯାନର ସ୍ଥିତି, ଓମିକ୍ରନର ପ୍ରସାର ବିଷୟରେ ସମୀକ୍ଷା କରିଥିଲେ। ସେ ଜିଲ୍ଲା ସ୍ତରରେ ପର୍ଯ୍ୟାପ୍ତ ସ୍ୱାସ୍ଥ୍ୟ ଭିତ୍ତିଭୂମି ସୁନିଶ୍ଚିତ କରିବାକୁ ଏବଂ ମିଶନ ମୋଡରେ ବୟସ୍କଙ୍କ ପାଇଁ ଟୀକାକରଣ ଅଭିଯାନକୁ ଜୋରଦାର କରିବାକୁ ସେ ନିବେଦନ କରିଥିଲେ। ଏଥି ସହ ସେ କହିଥିଲେ ଯେ ରାଜ୍ୟଗୁଡିକର କୋଭିଡ୍ ସ୍ଥିତି, ପ୍ରସ୍ତୁତି ଏବଂ ଜନସ୍ୱାସ୍ଥ୍ୟ ସୁବିଧା ଉପରେ ଆଲୋଚନା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ ଏକ ବୈଠକ ଡକାଯିବ।

Comments are closed.