ଆଜିଠୁ ୧୭ ତାରିଖ ଯାଏଁ ଗଞ୍ଜାମ ଜିଲ୍ଲାର ସବୁ ବେଳାଭୂମି ଓ ପ୍ରମୁଖ ଜଳାଶୟ ବନ୍ଦ

ବ୍ରହ୍ମପୁର- ଆଜିଠାରୁ ୧୭ ତାରିଖ ଯାଏଁ ଗଞ୍ଜାମ ଜିଲ୍ଲାର ସବୁ ବେଳାଭୂମି ସର୍ବସାଧାରଣଙ୍କ ପାଇଁ ବନ୍ଦ ରହିବ । ଆସନ୍ତା କିଛି ପର୍ବପର୍ବାଣୀରେ ସମ୍ଭାବ୍ୟ ଭିଡ ଏଡାଇବା ଓ କୋଭିଡ ପ୍ରୋଟକଲ ପାଳନ ନିଶ୍ଚିତ କରିବା ପାଇଁ ଜିଲ୍ଲାରୁ ଗୋପାଳପୁର ଓ ସୁନାପୁର ପରି ବେଳାଭୂମି ଏବଂ ପ୍ରମୁଖ ଜଳାଶୟ ବନ୍ଦ ରଖିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି । ବର୍ତ୍ତମାନ କୋଭିଡ ଦୃଷ୍ଟିରୁ ଜିଲ୍ଲାର ସବୁ ଧର୍ମପୀଠ ସର୍ବସାଧାରଣଙ୍କ ପାଇଁ ବନ୍ଦ ରହିଛି ।

Comments are closed.