ପ୍ରିୟଙ୍କାଙ୍କ ଅଭିଯୋଗ – ମୋ ପିଲାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ୍ କରୁଛନ୍ତି ସରକାର

ନୂଆଦିଲ୍ଲୀ: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା କେନ୍ଦ୍ର ଉପରେ ବଡ଼ ଆରୋପ ଲଗାଇଛନ୍ତି। ପ୍ରିୟଙ୍କା ଅଭିଯୋଗ କରିଛନ୍ତି ଯେ ତାଙ୍କ ପିଲାମାନଙ୍କର ଇନଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ୍ କରାଯାଇଛି। ଏହାପୂର୍ବରୁ ସମାଜବାଦୀ ପାର୍ଟିର ମୁଖ୍ୟ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଯୋଗୀ ଆଦିତ୍ୟନାଥ ସରକାର ଉପରେ ଫୋନ୍ ଟ୍ୟାପିଂ ଅଭିଯୋଗ ଆଣିଥିଲେ।

ଫୋନ୍ ଟ୍ୟାପିଂ ମାମଲାରେ ପ୍ରିୟଙ୍କା ‘ତୁମର ଆଉ କିଛି କାମ ନାହିଁ କି’ ବୋଲି କେନ୍ଦ୍ରକୁ ପ୍ରଶ୍ନ କରିଛନ୍ତି । ଏହାପୂର୍ବରୁ ସମାଜବାଦୀ ପାର୍ଟିର ସଭାପତି ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ରବିବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସମାଜବାଦୀ ପାର୍ଟି ନେତା ମାନଙ୍କର ଫୋନ୍ ଟ୍ୟାପିଂ କରୁଛନ୍ତି। ସେ କହିଥିଲେ ଯେ ସନ୍ଧ୍ୟାରେ ସମାଜବାଦୀ ପାର୍ଟି ଅଫିସରେ ଘଟୁଥିବା ସମସ୍ତ ଘଟଣାକୁ ଫୋନ୍ ଟ୍ୟାପିଂ କରି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିଜେ ଶୁଣନ୍ତି।

Comments are closed.