ଆଜି ବସିବ ପଞ୍ଜାବ କଂଗ୍ରେସ ବିଧାୟକ ଦଳ ବୈଠକ, ଘୋଷଣା ହୋଇପାରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ

ଚଣ୍ଡିଗଡ଼: କ୍ୟାପଟେନ୍ ଅମରିନ୍ଦର ସିଂଙ୍କ ଇସ୍ତଫା ପରେ ପଞ୍ଜାବରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମକୁ ନେଇ ଚର୍ଚ୍ଚା ଜୋର ଧରିଛି। ମୁଖ୍ୟମନ୍ତ୍ରୀ ଦୌଡରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଅମ୍ବିକା ସୋନି ସବୁଠୁ ଆଗରେ ଥିବା ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀଙ୍କ ଦୌଡ଼ରେ ପୂର୍ବତନ ରାଜ୍ୟ କଂଗ୍ରେସ ସଭାପତି ସୁନୀଲ ଜାଖର ମଧ୍ୟ ନାମିତ ହୋଇଛନ୍ତି।

ଏହା ପୂର୍ବରୁ ଖବର ଆସୁଥିଲା ଯେ ଅମରିନ୍ଦରଙ୍କ ଇସ୍ତଫା ପରେ ପଞ୍ଜାବର ନୂତନ ମୁଖ୍ୟମନ୍ତ୍ରୀ ବାଛିବା ପାଇଁ ଆଜି ସକାଳ ୧୧ଟାରେ ପଞ୍ଜାବ କଂଗ୍ରେସ ଭବନରେ ଦଳର ବିଧାୟକଙ୍କ ଏକ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ନୂତନ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରାଯିବ। କିନ୍ତୁ ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ ନାମ ହାଇକମାଣ୍ଡଙ୍କ ଦ୍ୱାରା ଅନୁମୋଦନ ହୋଇନାହିଁ। ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ରାହୁଲ ଗାନ୍ଧୀଙ୍କ ଘରେ ମଧ୍ୟ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ କଂଗ୍ରେସ ସାଧାରଣ ସମ୍ପାଦକ (ସଂଗଠନ) କେସି ବେଣୁଗୋପାଲ ଏବଂ ଅମ୍ବିକା ସୋନି ଉପସ୍ଥିତ ଥିଲେ। ଅମ୍ବିକା ସୋନିଙ୍କୁ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ କରିବାକୁ ହାଇ କମାଣ୍ଡ ଚାହୁଁଥିବା ଚର୍ଚ୍ଚା ହେଉଛି।

Comments are closed.