କୋଦଳାରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ, ଘର ଓ ବାଇକ୍ ପୋଡ଼ି

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା କୋଦଳାରେ ରବିବାର ପୂର୍ବାହ୍ନରେ ଗୋଷ୍ଠୀ ସଂଘର୍ଷ ଘଟି କାଳିଆ ନାହାକ (୪୧) ନାମକ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସାଗର ନାହାକ ନାମକ ଆଉ ଜଣେ ଏହି ଆକ୍ରମଣରେ ଗୁରୁତର ହୋଇଛନ୍ତି। ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଜବାବରେ ପ୍ରତିପକ୍ଷ ଗୋଷ୍ଠୀ ଆକ୍ରମଣକାରୀଙ୍କ ୪ଟି ଘର ଓ ୪ଟି ମୋଟର ସାଇକେଲ ଜାଳି ଦେଇଛନ୍ତି। କୋଦଳା କଚେରୀ ରୋଡରେ ରାସ୍ତାରୋକ କରିଥିବା ବେଳେ ପୋଲିସ ସ୍ଥିତି ନିୟନ୍ତ୍ରଣ ପାଇଁ ପ୍ରୟାସ କରୁଛି।

ପୂର୍ବ ଶତ୍ରୁତାରୁ ଗୋଟିଏ ପରିବାରର କିଛି ସଦସ୍ୟ ଅନ୍ୟ କିଛି ଲୋକଙ୍କୁ ଆକ୍ରମଣ କରିଥିଲେ। ଘଟଣା ପରେ ଗାଁରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ପୁଲିସ ଓ ଦମକଳ ବାହିନୀ ଉଦ୍ଧାର କାର୍ଯ୍ୟରେ ଲାଗିପଡ଼ିଛନ୍ତି। ଗାଁରେ ପୁଲିସ ଫୋର୍ସ ପଇଁତରା ମାରୁଛନ୍ତି। ଗୁଣିଗାରେଡି ସନ୍ଦେହରୁ ଆକ୍ରମଣ ଓ ପ୍ରତି ଆକ୍ରମଣ ହୋଇଥିବା ଜଣାପଡିଛି।

Comments are closed.