ସରକାର ଚାହୁଁଛନ୍ତି ସଂସଦରେ ଆଦାନୀ ଉପରେ ଆଲୋଚନା ନ ହେଉ: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ଆଦାନୀ ଗ୍ରୁପ-ହିଣ୍ଡେନବର୍ଗ ବିବାଦ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ କେନ୍ଦ୍ରଙ୍କୁ ଟାର୍ଗେଟ କରିଛନ୍ତି । ସରକାର ସଂସଦରେ ଏହି ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ଚାହୁଁନାହାଁନ୍ତି ବୋଲି ରାହୁଲ କହିଛନ୍ତି ।

ରାହୁଲ ଗାନ୍ଧୀ କହିଛନ୍ତି, “ସରକାର ନୁହେଁ ବରଂ ମୋଦୀ ଜୀ ଯଥାସମ୍ଭବ ଚେଷ୍ଟା କରିବେ ଯେ ସଂସଦରେ ଯେପରି ଆଦାନୀ ଉପରେ ଆଲୋଚନା ନ ହେଉ । ଏହାର କାରଣ ସମସ୍ତେ ଜାଣିଛନ୍ତି।

ମୁଁ ଦୁଇ ତିନି ବର୍ଷ ଧରି ଏହି ପ୍ରସଙ୍ଗ ଉଠାଇ ଆସିଛି ଏବଂ ମୁଁ ଏ ବିଷୟରେ ଆଲୋଚନା କରିବାକୁ ଚାହୁଁଛି । କ୍ଷୀର କେତେ ପାଣି କେତେ ତାହା ସ୍ପଷ୍ଟ ହେବା ଉଚିତ ବୋଲି ସେ କହିଛନ୍ତି।

ଯେଉଁ ବହୁ ଲକ୍ଷ କୋଟି ଟଙ୍କାର ଦୁର୍ନୀତି ହୋଇଛି, ଭାରତର ଯେଉଁ ଭିତ୍ତିଭୂମି କବଜା କରାଯାଇଛି, ସେ ବିଷୟରେ ଆଲୋଚନା ହେବା ଉଚିତ୍ । ଦେଶ ମଧ୍ୟ ଜାଣିବା ଉଚିତ୍ ଯେ ଆଦାନୀଙ୍କ ପଛରେ କେଉଁ ଶକ୍ତି ରହିଛି ?

ରବିବାର କଂଗ୍ରେସ ଦଳ କହିଥିଲା ଯେ ଆଦାନୀ ଗ୍ରୁପ୍ ପ୍ରସଙ୍ଗରେ ସରକାରଙ୍କ ନିରବତା ସରକାର ଏବଂ ଆଦାନୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକାକୁ ସୂଚାଉଛି।

ଏହାଛଡ଼ା କଂଗ୍ରେସ କହିଛି ଯେ ଏହି ମାମଲାରେ ମଧ୍ୟ କେନ୍ଦ୍ର ସରକାରଙ୍କୁ ପ୍ରତିଦିନ ତିନୋଟି ପ୍ରଶ୍ନ ପଚରାଯିବ।

Comments are closed.