କାଲି ସୁରଟ ଯିବେ ରାହୁଲ ଗାନ୍ଧୀ, ମାନହାନି ମାମଲା ଦଣ୍ଡାଦେଶ ବିରୋଧରେ କରିବେ ଅପିଲ

ନୂଆଦିଲ୍ଲୀ: ମାନହାନି ମାମଲାରେ ଦଣ୍ଡାଦେଶକୁ ଚ୍ୟାଲେଞ୍ଜ କରିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଏହି ମାମଲାରେ ଦୁଇ ବର୍ଷ ଦଣ୍ଡାଦେଶ ବିରୋଧରେ ଉପର କୋର୍ଟରେ ଆବେଦନ କରିବାକୁ ରାହୁଲ ଗାନ୍ଧୀ ଆସନ୍ତାକାଲି ସୁରଟ ଯିବେ ବୋଲି କଂଗ୍ରେସ ସୂତ୍ରରୁ ଜଣାପଡ଼ିଛି ।

ନିକଟରେ ରାହୁଲ ଗାନ୍ଧୀଙ୍କୁ ‘ମୋଦୀ ସାଙ୍ଗିଆ’ ସଂକ୍ରାନ୍ତ ଆପରାଧିକ ମାନହାନି ମାମଲାରେ ସୁରଟର ଏକ କୋର୍ଟ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ଦେଇଥିଲେ । ଏହା ପରେ ତାଙ୍କର ସାଂସଦ ପଦ ରଦ୍ଦ ହୋଇଥିଲା। ରାହୁଲଙ୍କୁ ଏହି ଦଣ୍ଡାଦେଶ ବିରୋଧରେ ଅପିଲ କରିବାକୁ ୩୦ ଦିନ ସମୟ ଦିଆଯାଇଥିଲା ।

Comments are closed.