ନୂଆ ଲୁକରେ ରାହୁଲ ଗାନ୍ଧୀ

ଲଣ୍ଡନ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ସମ୍ପ୍ରତି ବ୍ରିଟେନ ଗସ୍ତରେ ଅଛନ୍ତି। କେମ୍ବ୍ରିଜ ବିଶ୍ୱବିଦ୍ୟାଳୟର ଏକ କାର୍ଯ୍ୟକ୍ରମରେ ଭାଗ ନେବାକୁ ଆସିଥିବା ରାହୁଲ ଗାନ୍ଧୀଙ୍କ ଏକ ନୂଆ ଫଟୋ ସାମ୍ନାକୁ ଆସିଛି। ଏହି ଫଟୋରେ ରାହୁଲ ଗାନ୍ଧୀ ଏକ ନୂଆ ଲୁକରେ ନଜର ଆସିଛନ୍ତି। ଏଥିରେ ତାଙ୍କୁ ଟ୍ରିମଡ୍ ଦାଢ଼ି ଓ ସୁଟ୍ ବୁଟ୍ ରେ ଦେଖିବାକୁ ମିଳୁଛି ।

ଭରତ ଯୋଡୋ ଯାତ୍ରା ବେଳେ ରାହୁଲ ଗାନ୍ଧୀ ଲମ୍ବା ଦାଢି ରଖିଥିଲେ । ସଂସଦ ଅଧିବେଶନରେ ଏବଂ ଛତିଶଗଡରେ ଅନୁଷ୍ଠିତ କଂଗ୍ରେସ ମହାଅଧିବେଶନରେ ମଧ୍ୟ ରାହୁଲଙ୍କୁ ଏପରି ଲୁକରେ ଦେଖିବାକୁ ମିଳିଥିଲା। ଲମ୍ବା ଦାଢି ଯୋଗୁଁ କିଛି ବିଜେପି ନେତା ରାହୁଲ ଗାନ୍ଧୀଙ୍କୁ ତାଚ୍ଛଲ୍ୟ ମଧ୍ୟ କରିଥିଲେ।

Comments are closed.