ଅଶ୍ଳୀଳ ଫିଲ୍ମ ମାମଲା: ଦୁଇ ମାସ ପରେ ଜେଲରୁ ମୁକୁଳିଲେ ରାଜ କୁନ୍ଦ୍ରା

ମୁମ୍ବାଇ: ଅଶ୍ଳୀଳ ଫିଲ୍ମ ନିର୍ମାଣ ଅଭିଯୋଗରେ ଗିରଫର ଦୁଇ ମାସ ପରେ ରାଜ କୁନ୍ଦ୍ରା ଶେଷରେ ଜେଲରୁ ମୁକୁଳିଛନ୍ତି । ରାଜଙ୍କୁ ମୁମ୍ବାଇର ଆର୍ଥର ରୋଡ ଜେଲରୁ ଆଜି ମୁକ୍ତ କରାଯାଇଛି। ଏଥି ସହ ତାଙ୍କ ସହକର୍ମୀ ରିୟାନ୍ ଥର୍ପେ ମଧ୍ୟ ତାଙ୍କ ସହ ମୁକ୍ତ ହୋଇଛନ୍ତି। ଜେଲରୁ ବାହାରିବା ପରେ ତାଙ୍କୁ ଗଣମାଧ୍ୟମ ଘେରିଯାଇଥିଲା, କିନ୍ତୁ ସେ ଗଣମାଧ୍ୟମର କୌଣସି ପ୍ରଶ୍ନର ଉତ୍ତର ଦେଇନଥିଲେ। ବଲିଉଡ୍ ଅଭାନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜଙ୍କୁ ସୋମବାର ଦିନ ୫୦,୦୦୦ ଟଙ୍କା ବ୍ୟକ୍ତିଗତ ମୁଚାଲିକାରେ କୋର୍ଟ ଜାମିନ ପ୍ରଦାନ କରିଥିଲେ ।

ପର୍ଣ୍ଣ ଫିଲ୍ମ ରାକେଟ୍ ମାମଲାରେ ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ଜୁଲାଇ ୧୯ରେ ମୁମ୍ବାଇ ପୋଲିସର ପ୍ରପର୍ଟି ସେଲ୍ ଦ୍ୱାରା ଗିରଫ କରାଯାଇଥିଲା। ଅଶ୍ଲୀଳ ଫିଲ୍ମ ନିର୍ମାଣ, ମୋବାଇଲ୍ ଆପ୍ ଏବଂ ଓଟିଟିରେ ଅଶ୍ଲୀଳ କଣ୍ଟେଣ୍ଟ ଅପଲୋଡ୍ କରିବା, ହାୱାଲା କାରବାର ମାଧ୍ୟମରେ ଟଙ୍କା ଟ୍ରାନ୍ସଫର କରିବା, ଜାଲ୍ କମ୍ପାନୀ ଗଠନ ଆଦି ଗୁରୁତର ଅଭିଯୋଗ ତାଙ୍କ ବିରୋଧରେ ହୋଇଥିଲା ।

Comments are closed.