ସୁଧ ହାର ଅପରିବର୍ତ୍ତିତ ରଖିଲା ରିଜର୍ଭ ବ୍ୟାଙ୍କ

ମୁମ୍ବାଇ: ମୁଦ୍ରା ନୀତି କମିଟି (ଏମପିସି) ବୈଠକରେ ଭାରତର ରିଜର୍ଭ ବ୍ୟାଙ୍କ ସୁଧ ହାର ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଆରବିଆଇ ଗଭର୍ଣ୍ଣର ଲଗାତାର ଅଷ୍ଟମ ଥର ପାଇଁ ସୁଧ ହାର ଅପରିବର୍ତ୍ତିତ ରଖିଛନ୍ତି। ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ ଏହି ତ୍ରୈୟ ମାସରେ ମଧ୍ୟ ରେପୋ ହାର ୪ ପ୍ରତିଶତରେ ସ୍ଥିର ରହିବ ଏବଂ ରିଭର୍ସ ରେପୋ ହାର ହାର ୩.୫୫ ପ୍ରତିଶତ ରହିବ। ମାର୍ଜିନାଲ ଷ୍ଟାଣ୍ଡିଂ ଫେସିଲିଟି ରେଟ୍ (ଏମ୍ଏସ୍ଏଫ୍ଆର୍) ଏବଂ ବ୍ୟାଙ୍କ୍ ରେଟ୍ ୪.୨୫ ପ୍ରତିଶତର ଅପରିବର୍ତ୍ତିତ ରହିବ | ତିନି ଦିନିଆ ସମୀକ୍ଷା ବୈଠକ ପରେ ୬ ସଦସ୍ୟ ବିଶିଷ୍ଟ ମୁଦ୍ରା ନୀତି କମିଟି (ଏମପିସି) ଆଜି ସୁଧ ହାର ପ୍ରକାଶ କରିଛି।

ସାମ୍ବାଦିକ ସମ୍ମିଳନୀରେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ ଗତ ବୈଠକ ତୁଳନାରେ ଏଥର ଭାରତର ଅଭିବୃଦ୍ଧି ସ୍ଥିତିରେ କିଛି ଉନ୍ନତି ହୋଇଛି। ଏଥି ସହିତ ଖାଉଟି ଏବଂ କୃଷି କ୍ଷେତ୍ରର ଅଭିବୃଦ୍ଧିର ହାର ଊର୍ଦ୍ଧମୁଖୀ ହୋଇଛି | ଏଥି ସହିତ ଶିଳ୍ପ ଏବଂ ସେବା କ୍ଷେତ୍ରରେ ଉନ୍ନତିର ଆବଶ୍ୟକତା ରହିଛି | ୨୦୨୧ ଆର୍ଥିକ ବର୍ଷ ପାଇଁ ମୁଦ୍ରା ନୀତି କମିଟି ଜିଡିପି ଅଭିବୃଦ୍ଧି ୯.୫ ପ୍ରତିଶତ ରହିବ ବୋଲି ଆକଳନ କରିଛି।

Comments are closed.