ନିଟ୍ ପିଜି କାଉନସେଲିଂ ବିଳମ୍ବ ନେଇ ରେସିଡେଣ୍ଟ ଡାକ୍ତର ସଂଘଙ୍କ ଦେଶବ୍ୟାପୀ ଧର୍ମଘଟ, ଓପିଡି ସେବା ହେବ ପ୍ରଭାବିତ

ନୂଆଦିଲ୍ଲୀ: ନିଟ୍ ପିଜି ୨୦୨୧ କାଉନସେଲିଂ କରିବାରେ ବିଳମ୍ବ ବିରୋଧରେ ଅନେକ ଡାକ୍ତର ସଂଘ ଦେଶବ୍ୟାପୀ ଧର୍ମଘଟ ଡ଼ାକରା ଦେଇଛନ୍ତି | ନଭେମ୍ବର ୨୭ରୁ ଦେଶବ୍ୟାପୀ ଧର୍ମଘଟ ପାଇଁ ଫେଡେରେସନ୍ ଅଫ୍ ରେସିଡେଣ୍ଟ୍ ଡାକ୍ତର ସଂଘ (ଫୋର୍ଡା) ଆହ୍ବାନ କରିଛି । ଫୋର୍ଡା ଏହାର ଘୋଷଣାରେ ଦେଶର ଡାକ୍ତରମାନଙ୍କୁ ଶନିବାର ଠାରୁ ଓପିଡି ସେବାଠାରୁ ଦୂରରେ ରହିବାକୁ କହିଛି।

ନିଟ୍ ପିଜି କାଉନସେଲିଂରେ ବିଳମ୍ବକୁ ଡାକ୍ତର ସଂଘଗୁଡିକ ବିରୋଧ କରୁଛନ୍ତି | ଫୋର୍ଡା ପକ୍ଷରୁ କୁହାଯାଇଛି ଯେ ଏହି ପ୍ରସଙ୍ଗରେ ଆମେ ସୁପ୍ରିମକୋର୍ଟଙ୍କ ସକରାତ୍ମକ ରାୟକୁ ଅପେକ୍ଷା କରିଛୁ। ସୁପ୍ରିମକୋର୍ଟ ନିଟ୍ ପରୀକ୍ଷାରେ ଓବିସି ପାଇଁ ୨୭ ପ୍ରତିଶତ ସଂରକ୍ଷଣ ଏବଂ ଆର୍ଥିକ ଦୁର୍ବଳ ବର୍ଗ(ଇଡବ୍ଲ୍ୟୁଏସ୍) ପାଇଁ ୧୦ ପ୍ରତିଶତ ସଂରକ୍ଷଣ ଦେବା ପାଇଁ କେନ୍ଦ୍ର ସରକାର ଏବଂ ମେଡିକାଲ କାଉନସେଲିଂ କମିଟିର ବିଜ୍ଞପ୍ତି ବିରୋଧରେ ଦାଖଲ ପିଟିସନ ଉପରେ ଶୁଣାଣି କରୁଛନ୍ତି।

ଏହାଛଡ଼ା କେନ୍ଦ୍ର ଇଡବ୍ଲ୍ୟୁଏସ୍ ବର୍ଗ ପାଇଁ ୮ ଲକ୍ଷ ଟଙ୍କା ବାର୍ଷିକ ଆୟ ସୀମା ଉପରେ ପୁନର୍ବିଚାର ପାଇଁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ୪ ସପ୍ତାହ ସମୟ ଦେଇଛନ୍ତି । ତା’ପରେ ହିଁ ନିଟ୍ ପିଜି ପରୀକ୍ଷା ପାଇଁ କାଉନସେଲିଂ ହେବ ।

Comments are closed.