ନିଟ୍ କାଉନସେଲିଂ ବିଳମ୍ବ ପ୍ରତିବାଦରେ ଦିଲ୍ଲୀର ରେସିଡେଣ୍ଟ୍ ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, ଜରୁରୀ ଏବଂ ଓପିଡି ସେବା ବାଧାପ୍ରାପ୍ତ

ନୂଆଦିଲ୍ଲୀ: ରେସିଡେଣ୍ଟ୍ ଡାକ୍ତର ସଂଘ ଆଜିଠାରୁ ଦେଶବ୍ୟାପୀ ଧର୍ମଘଟ ଡାକରା ଦେଇଛନ୍ତି । ନିଟ୍ ପିଜି କାଉନସେଲିଂ ବିଳମ୍ବ ହେଉଥିବାରୁ ହସ୍ପିଟାଲ ଗୁଡ଼ିକରେ ନୂଆ ଡାକ୍ତର ନିଯୁକ୍ତି ହେଉନାହାଁନ୍ତି ‌। ଯେଉଁ କାରଣରୁ କାର୍ଯ୍ୟରତ ଡାକ୍ତରମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି |

ଏହି ଧର୍ମଘଟର ଗମ୍ଭୀରତାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ସେବା ମହାନିର୍ଦେଶକ ସୁନୀଲ କୁମାର ସରକାରଙ୍କ ତରଫରୁ ରେସିଡେଣ୍ଟ୍ ଡାକ୍ତରମାନଙ୍କୁ ମନାଇବା ପାଇଁ ପହଞ୍ଚିଥିଲେ। ନଭେମ୍ବର ୨୭ ତାରିଖରୁ ଧର୍ମଘଟ କରୁଥିବା ରେସିଡେଣ୍ଟ ଡାକ୍ତରମାନେ ସେମାନଙ୍କର ଦାବି ପୂରଣ ନହେବା କାରଣରୁ ଆଜିଠାରୁ ଓପିଡି ସେବା ବନ୍ଦ କରି ଦେଇଛନ୍ତି।

ଦିଲ୍ଲୀର ଆରଏମଏଲ, ଲେଡି ହାର୍ଡିଂଓ ସଫଦରଜଙ୍ଗ ହସ୍ପିଟାଲର ରେସିଡେଣ୍ଟ ଡାକ୍ତର ସମସ୍ତ ପ୍ରକାର ଓପିଡି ସେବା ବନ୍ଦ କରି ଦେଇଛନ୍ତି। ଡାକ୍ତରଙ୍କ ଧର୍ମଘଟ ଯୋଗୁଁ ଲକ୍ଷ ଲକ୍ଷ ରୋଗୀଙ୍କୁ ବେଶ୍ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି।

Comments are closed.