ବିଶ୍ୱକପ କ୍ରିକେଟ ପାଇଁ ଭାରତୀୟ ଦଳ ଘୋଷିତ

କାଣ୍ଡି – ଅକ୍ଟୋବରରେ ହେବାକୁ ଥିବା ବିଶ୍ୱକପ କ୍ରିକେଟ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଘୋଷିତ ୧୫ ଜଣିଆ ଦଳରେ ୭ ଜଣ ବ୍ୟାଟର, ଚାରିଜଣ ବୋଲର ଓ ଚାରିଜଣ ଅଲରାଉଣ୍ଡର ସ୍ଥାନ ପାଇଛନ୍ତି। ରୋହିତ ଶର୍ମା ଦଳର ଅଧିନାୟକ ରହିଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ଉପଅଧିନାୟକ ରହିଛନ୍ତି । ଦଳରେ କେ. ଏଲ ରାହୁଲ, ଶ୍ରେୟସ ଆୟର ଓ ଯଶପ୍ରୀତ ବୁମରା ସ୍ଥାନ ପାଇଥିବା ବେଳେ ସଞ୍ଜୁ ସାମସନ ଓ ୟଜୁବେନ୍ଦ୍ର ଚହଲ ନାହାନ୍ତି । ବର୍ତ୍ତମାନ ଏସିଆ କପ୍ କ୍ରିକେଟ ଖେଳୁଥିବା ଦଳର ପ୍ରାୟ ସବୁ ଖେଳାଳି ବିଶ୍ୱକପ୍ ଚୂଡାନ୍ତ ଦଳରେ ସ୍ଥାନ ପାଇଛନ୍ତି।

ଘୋଷିତ ଦଳ : ରୋହିତ ଶର୍ମା ( ଅଧିନାୟକ), ଶୁଭମନ ଗିଲ୍, ବିରାଟ କୋହଲୀ, ଶ୍ରେୟସ ଆୟାର, ଇଶାନ କିଷାନ, କେ. ଏଲ. ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା ( ଉପ ଅଧିନାୟକ ), ସୂର୍ଯ୍ୟ କୁମାର ଯାଦବ, ରବୀନ୍ଦ୍ର ଜାଡେଜା, ଅକ୍ସର ପଟେଲ, ଶାର୍ଦ୍ଦୁଳ ଠାକୁର, ଯଶପ୍ରୀତ ବୁମରା, ମହମ୍ମଦ ସାମି, ମହମ୍ମଦ ସିରାଜ ଓ କୁଲଦୀପ ଯାଦବ ।

Comments are closed.