ମନେଟାଇଜେସନ୍ ଯୋଜନା ନେଇ ସରକାରଙ୍କୁ ଘେରିଲେ ନିଜ ଲୋକ, ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିବ ଆରଏସ୍‌ଏସ୍‌

ନୂଆଦିଲ୍ଲୀ: ନ୍ୟାସନାଲ ମନେଟାଇଜେସନ୍ ବା ଜାତୀୟ ମୁଦ୍ରିକରଣ ଯୋଜନା ନେଇ କେନ୍ଦ୍ର ସରକାର ବିରୋଧୀଙ୍କ ସମାଲୋଚନାର ସରବ୍ୟ ହେବା ପରେ ଏବେ ନିଜ ଲୋକଙ୍କ ବିରୋଧର ମଧ୍ୟ ସମ୍ମୁଖୀନ ହୋଇଛନ୍ତି । ମନେଟାଇଜେସନ୍ ଯୋଜନା ବିରୋଧରେ ଦେଶବ୍ୟାପୀ ବିକ୍ଷୋଭ ଡାକରା ଦେଇଛି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସ୍‌ଏସ୍‌) । ଜାତୀୟ ମନେଟାଇଜେସନ୍ ନୀତି ବ୍ୟତୀତ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ଏବଂ ତାଲିବାନ ସହ ବୈଠକ ନେଇ ଆରଏସ୍‌ଏସ୍‌ର ଶ୍ରମିକ ସଂଗଠନ ଭାରତୀୟ ମଜଦୂର ସଂଘ (ବିଏମ୍‌ଏସ୍‌) ତୀବ୍ର ଅସନ୍ତୋଷ ପ୍ରକାଶ କରିଛି ।

ଦେଶର ଅନ୍ୟତମ ବୃହତ୍ ଶ୍ରମିକ ସଂଗଠନ ‘ଭାରତୀୟ ମଜଦୁର ସଂଘ’ର ମହାସଚିବ ବିନୟ କୁମାର ସିହ୍ନା କହିଛନ୍ତି ଯେ, କରୋନା ପରେ ଦେଶର ଆର୍ଥିକ ସ୍ଥିତି ଖରାପ ହେବାରେ ଲାଗିିଛି । ନିଯୁକ୍ତି ବନ୍ଦ ହୋଇଯାଇଥିବା ବେଳେ ଲୋକଙ୍କୁ ଛଟେଇ କରାଯାଉଛି । ଯାହା ଫଳରେ ଅନେକ ଶ୍ରମିକ ଶ୍ରେଣୀର ଲୋକ ଅଧିକ ପ୍ରଭାବିତ ହୋଇଛନ୍ତି । ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ୍ ମଧ୍ୟ ବେଲଗାମ ହୋଇପଡ଼ିଛି । ଦରବୃଦ୍ଧି ବିରୋଧରେ ସେପ୍ଟେମ୍ବର ୯ରେ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ସେ କହିଛନ୍ତି । ମନେଟାଇଜେସନ୍ ନୀତି ବିରୋଧରେ ମଧ୍ୟ ନଭେମ୍ବର ୨ରେ ଆନ୍ଦୋଳନ ଡାକରା ଦେଇଛି ବିଏମ୍‌ଏସ୍ ।

ସେପଟେ ଆରଏସ୍‌ଏସ୍ ସହ ଜଡ଼ିତ ଅନ୍ୟ ଏକ ସଂଗଠନ ‘ସ୍ୱଦେଶୀ ଜାଗରଣ ମଞ୍ଚ’ ମଧ୍ୟ ସରକାରଙ୍କ ମନେଟାଇଜେସନ୍ ନୀତିକୁ ସମାଲୋଚନା କରିଛି । ସରକାରୀ ସମ୍ପତ୍ତି ଘରୋଇ କମ୍ପାନୀଙ୍କୁ ବିକ୍ରି କରିବା ନେଇ ମୋଦି ସରକାରକୁ ଚେତାବନୀ ଦେଇଛି ଏହି ସଂଗଠନ ।

Comments are closed.