ରାଜ୍ୟରେ ୧୧ ହଜାର ୪୫୬ ପୋଲିସ ପଦବୀ ଖାଲି : ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର

ଭୁବନେଶ୍ୱର- ରାଜ୍ୟରେ ଅଗଷ୍ଟ ପହିଲା ସୁଦ୍ଧା ୧୧ ହଜାର ୪୫୬ ପୋଲିସ ପଦବୀ ଖାଲି ଅଛି । ୧୩ଟି ଡିଆଇଜି ପଦବୀ, ୧୫ଟି ଏସପି ପଦବୀ ଓ ୨୪୮ଟି ଇନ୍ସପେକ୍ଟର ପଦବୀ ଖାଲି ରହିଛି ବୋଲି ବିଧାନସଭାରେ ସୂଚନା ଦେଇଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର । ବିଧାନସଭାରେ ପ୍ରଶ୍ନୋତ୍ତର କାଳରେ ବିଧାୟକ ଗଣେଶ ରାମ ଖୁଣ୍ଟିଆଙ୍କ ପ୍ରଶ୍ନର ଉତ୍ତର ରଖିଥିଲେ ମନ୍ତ୍ରୀ ।

Comments are closed.