ବିଶିଷ୍ଟ ସନ୍ତୁର ବାଦକ ପଣ୍ଡିତ ଶିବ କୁମାର ଶର୍ମାଙ୍କ ଦେହାନ୍ତ

ନୂଆଦିଲ୍ଲୀ:ବିଶିଷ୍ଟ ସଂଗୀତକାର ତଥା ସନ୍ତୁର ବାଦକ ପଣ୍ଡିତ ଶିବ କୁମାର ଶର୍ମାଙ୍କ ଦେହାନ୍ତ ହୋଇଯାଇଛି। ଶିବ କୁମାର ଶର୍ମାଙ୍କୁ ୮୪ ବର୍ଷ ବୟସ ହୋଇଥିଲା ଏବଂ ଦୀର୍ଘ ଦିନ ଧରି କିଡନୀ ସମସ୍ୟା ସହ ଅନେକ ରୋଗରେ ପୀଡିତ ଥିଲେ। ଖ୍ୟାତନାମା ବଂଶୀ ବାଦକ ହରି ପ୍ରସାଦ ଚୌରାସିଆଙ୍କ ସହ ମିଶି ପଣ୍ଡିତ ଶିବ କୁମାର ଶର୍ମା ଅନେକ ଚଳଚ୍ଚିତ୍ରରେ ସଂଗୀତ ନିର୍ଦ୍ଦେଶନା ଦେଇଥିଲେ | ଏହି ସଂଗୀତଜ୍ଞ ଯୋଡ଼ି ଶିବ-ହରି ନାମରେ ସୁପରିଚିତ ଥିଲେ ।

ଶିବ-ହରି ଯୋଡି ସିଲସିଲା, ଲମହେ ଏବଂ ଚାନ୍ଦନୀ, ଡର୍ ସମେତ ଅନେକ ଲୋକପ୍ରିୟ ଚଳଚ୍ଚିତ୍ରରେ ସଂଗୀତ ନିର୍ଦ୍ଦେଶନା ଦେଇଥିଲେ | ପଣ୍ଡିତ ଶିବ କୁମାର ଶର୍ମାଙ୍କ ପୁଅ ରାହୁଲ ଶର୍ମା ମଧ୍ୟ ଜଣେ ଜଣାଶୁଣା ସନ୍ତୁର ବାଦକ ।

ଶିବ କୁମାର ଶର୍ମାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରିଛନ୍ତି ।

Comments are closed.