କୋରୋନା କାଳରେ ଗ୍ରାହକଙ୍କ ପାଇଁ ଏସବିଆଇର ଦେଲା ଆଶ୍ୱସ୍ତି, ଋଣ ପରିଶୋଧ ପାଇଁ ଅତିରିକ୍ତ ଦୁଇ ବର୍ଷ ସମୟ

ମୁମ୍ବାଇ – କୋରୋନା କାଳରେ ଗ୍ରାହକଙ୍କୁ ବଡ ଆଶ୍ୱସ୍ତି ଦେଇଛି ଏସବିଆଇ । ଏସବିଆଇରୁ ଗୃହ ଋଣ କିମ୍ବା ଅନ୍ୟାନ୍ୟ ଋଣ ନେଇଥିବା ଗ୍ରାହକ ସେମାନଙ୍କ ଇଏମଆଇ ପରିଶୋଧ ପାଇଁ ଅତିରିକ୍ତ ଦୁଇ ବର୍ଷ ସମୟ ପାଇବେ । କୋରୋନା ଦ୍ୱାରା ରୋଜଗାର ପ୍ରଭାବିତ ହୋଇଥିବା ଏସବିଆଇ ଗ୍ରାହକଙ୍କୁ ଏହି ସୁବିଧା ମିଳିପାରିବ । କହିବାକୁ ଗଲେ ଋଣ ପରିଶୋଧ ପାଇଁ ୨୪ ଘଂଟାର ମୋରାଟୋରିୟମ ରଖାଯାଇଛି ।

ମାର୍ଚ୍ଚ ପହିଲା ପୂର୍ବରୁ ଯଦି ଆପଣ ଋଣ ନେଇଥିବେ ଓ ୫ ବର୍ଷ ମଧ୍ୟରେ ଯଦି ଏହା ଶୁଝିବାକୁ ଥିବ, ତାହା ହେଲେ ଆପଣ ଆଉ ଦୁଇ ବର୍ଷ ଅଧିକ ସମୟ ନେଇପାରିବେ । କିନ୍ତୁ ଏଥିପାଇଁ ବ୍ୟାଙ୍କ ଆପଣଙ୍କଠାରୁ ବାର୍ଷିକ ୩୫ ବେସିସ ପଏଂଟ୍ ବା ଶୂନ ଦଶମିକ ୩୫ ପ୍ରତିଶତ ଅତିରିକ୍ତ ସୁଧ ଆଦାୟ କରିବ । କିନ୍ତୁ କୋରୋନା ପ୍ରଭାବରେ ଅନେକ ଚାକିରି ହରାଇଛନ୍ତି ବା ଦରମା କାଟ୍‌ର ସମ୍ମୁଖୀନ ହୋଇଛନ୍ତି । ସେମାନଙ୍କ ପାଇଁ ଏସବିଆଇର ଏହି ମୋରାଟୋରିୟମ ବଡ ଆଶ୍ୱସ୍ତି ହେବ । ତେବେ, ଦରମା କଟିଥିବା ଓ ଚାକିରି ହରାଇଥିବା ସଂପର୍କିତ କାଗଜପତ୍ର ପ୍ରମାଣ ସ୍ୱରୂପ ଦାଖଲ କଲେ ହିଁ ଏସବିଆଇର ଏହି ସୁବିଧା ଆପଣ ପାଇପାରିବେ ।

Comments are closed.