‘କପିଳ ଶର୍ମା ଶୋ’କୁ ଅତିଥି ଭାବେ ଯାଇଥିବା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ଚିହ୍ନି ପାରିଲାନି ଗାର୍ଡ, ଭିତରକୁ ଛାଡ଼ିଲାନି

ମୁମ୍ବାଇ: ନିଜ ପୁସ୍ତକ ‘ଲାଲ୍ ସଲାମ୍’ର ପ୍ରମୋଶନ ପାଇଁ ‘ଦି କପିଲ ଶର୍ମା ଶୋ’ରେ ପହଞ୍ଚିଥିବା କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ହଟହଟା ହେବାକୁ ପଡ଼ିଛି । ଷ୍ଟୁଡିଓ ବାହାରେ ମୁତୟନ ଥିବା ସିକ୍ୟୁରିଟି ଗାର୍ଡ ଇରାନୀଙ୍କୁ ଚିହ୍ନି ପାରିନଥିଲେ ଏବଂ ତାଙ୍କୁ ଭିତରକୁ ଛାଡ଼ି ନଥିଲେ। କ୍ଷୁବ୍ଧ ଇରାନୀ ବିନା ଶୁଟିଂ ରେ ହିଁ ଫେରି ଆସିଥିଲେ। ସେ ଏହି ଶୋ’ ମାଧ୍ୟମରେ ତାଙ୍କ ପୁସ୍ତକ ବିଷୟରେ ଦର୍ଶକଙ୍କୁ ସୂଚନା ଦେଇଥାଆନ୍ତେ |

ଯେତେବେଳେ କପିଳ ଏବଂ ତାଙ୍କ ପ୍ରଡକ୍ସନ୍ ଟିମ୍ ଏ ବିଷୟରେ ଜାଣିବାକୁ ପାଇଲେ, ସେଟରେ ହଇଚଇ ସୃଷ୍ଟି ହୋଇଥିଲା | ଏହା ପରେ ପ୍ରଡକ୍ସନ୍ ଟିମ୍ ସ୍ମୃତି ଇରାନୀଙ୍କ ସହ କଥା ହେବା ପାଇଁ ବହୁତ ଚେଷ୍ଟା କରିଥିଲେ । ଶେଷରେ ଶୁଟିଂକୁ ବାତିଲ୍ କରିବାକୁ ପଡିଥିଲା |

ସୂଚନାନୁସାରେ, କେନ୍ଦ୍ର ମନ୍ତ୍ରୀ ତାଙ୍କ ଡ୍ରାଇଭର ଏବଂ ଦୁଇ ଜଣିଆ ଟିମ୍ ଶୁଟିଂ ପାଇଁ ସନ୍ଧ୍ୟାରେ କପିଲ ଶର୍ମାଙ୍କ ସେଟରେ ପହଞ୍ଚିଥିଲେ। ପ୍ରବେଶ ଦ୍ୱାରରେ ସିକ୍ୟୁରିଟି ଗାର୍ଡ ଆନ୍ନା, ସ୍ମୃତି ଇରାନୀଙ୍କୁ ଚିହ୍ନି ପାରିନଥିଲେ ଏବଂ ଭିତରକୁ ଯିବାକୁ ଦେଇନଥିଲେ। ସ୍ମୃତି ତାଙ୍କୁ କହିଥିଲେ ଯେ ସେଟରେ ଏପିସୋଡର ସୁଟିଂ ପାଇଁ ତାଙ୍କୁ ନିମନ୍ତ୍ରଣ କରାଯାଇଛି । ସେ ହେଉଛନ୍ତି ଶୋ’ର ସ୍ବତନ୍ତ୍ର ଅତିଥି | ତଥାପି ସୁରକ୍ଷା କର୍ମୀ ଜଣକ ତାଙ୍କୁ ଭିତରକୁ ଛାଡ଼ି ନଥିଲେ ।

ପରେ ଯେବେ ସିକ୍ୟୁରିଟି ଗାର୍ଡ ଜାଣିବାକୁ ପାଇଲେ ଯେ, ଯାହାଙ୍କୁ ସେ ଶୁଟିଂ ସେଟ ଭିତରକୁ ଛାଡ଼ି ନଥିଲେ ସେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ବୋଲି, ସେ ଭୟଭୀତ ହୋଇ ସେଟରୁ ପଳାଇଥିଲେ | ସେ ତାଙ୍କ ଫୋନ୍ ମଧ୍ୟ ସ୍ବିଚ୍ ଅଫ୍ କରିଦେଇଥିଲେ । ଅନ୍ୟପଟେ ବହୁ ଉଦ୍ୟମ ସତ୍ତ୍ୱେ ଶୁଟିଂକୁ ଫେରିବା ପାଇଁ ସ୍ମୃତି ଇରାନୀଙ୍କୁ ମନାଇ ପାରିନଥିଲା ପ୍ରଡକ୍ସନ୍ ଟିମ୍ ।

Comments are closed.