ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ଶେକ ମତଲୁବ ଅଲ୍ଲୀଙ୍କ ଦେହାନ୍ତ

ଭୁବନେଶ୍ୱର – ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଶେକ୍ ମତଲୁବ ଅଲ୍ଲୀଙ୍କ ଦେହାନ୍ତ ହୋଇଯାଇଛି । ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା । ଅସୁସ୍ଥତା ଅନୁଭବ କଲା ପରେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଏହି ମାସ ୧୪ ତାରିଖରେ ଭର୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ କହିଛନ୍ତି ।

ଜଗତସିଂହପୁର ଜିଲ୍ଲାର ମାହାଙ୍ଗା ନିର୍ବାଚନମଣ୍ଡଳୀରୁ ଅଲ୍ଲୀ ଚାରି ଥର କଂଗ୍ରେସରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୧୯୭୪, ୧୯୮୦, ୧୯୮୫ ଓ ୧୯୯୦ରେ ସେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ।

Comments are closed.