ବରିଷ୍ଠ ସାମ୍ବାଦିକ ଓ ପୂର୍ବତନ ସାଂସଦ ଚନ୍ଦନ ମିତ୍ରାଙ୍କ ଦେହାନ୍ତ

ନୂଆଦିଲ୍ଲୀ: ପୂର୍ବତନ ରାଜ୍ୟସଭା ସାଂସଦ ତଥା ବରିଷ୍ଠ ସାମ୍ବାଦିକ ଚନ୍ଦନ ମିତ୍ରାଙ୍କ ଗତକାଲି ବିଳମ୍ବିତ ରାତିରେ ରାଜଧାନୀ ଦିଲ୍ଲୀରେ ଦେହାନ୍ତ ହୋଇଯାଇଛି। ମିତ୍ରା କିଛି ଦିନ ଧରି ଅସୁସ୍ଥ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ହୋଇଥିଲା । ମିତ୍ରା ଇଂରାଜୀ ଦୈନିକ ‘ପାୟୋନିୟର’ର ସମ୍ପାଦକ ଥିଲେ। ଚନ୍ଦନ ମିତ୍ରା ବିଜେପି କୋଟାରୁ ରାଜ୍ୟସଭାକୁ ମନୋନୀତ ହୋଇଥିଲେ । କିନ୍ତୁ ୨୦୧୮ରେ ସେ ବିଜେପି ଛାଡି ମମତା ବାନାର୍ଜୀଙ୍କ ଦଳ ତୃଣମୂଳ କଂଗ୍ରେସରେ ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବହୁ ବଡ ନେତା ଚନ୍ଦନ ମିତ୍ରଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି।

Comments are closed.