ଇଟାଭାଟିରେ ବିସ୍ଫୋରଣ, ୭ ମୃତ

ପାଟଣା: ବିହାରର ମୋତିହାରୀରେ ଏକ ଇଟାଭାଟିରେ ବିସ୍ଫୋରଣ ଘଟି ୭ ଜଣଙ୍କର ମୃତ୍ୟୁ ହୋଇଛି। ରାମଗଢବାର ନୀଳଗିରିରେ ଏହି ଅଘଟଣ ଘଟିଛି । ଇଟାଭାଟିର ଚିମନୀରେ ବିସ୍ଫୋରଣ ହୋଇଥିଲା । ଏବେ ବି କିଛି ଲୋକ ଧ୍ବଂସାବଶେଷ ତଳେ ଦବି ରହିଥିବା ଆଶଙ୍କା କରାଯାଉଛି। ୧୬ ଲୋକଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଏହି ଘଟଣା ପରେ ଆଖପାଖର ଲୋକ ଭୟଭୀତ ହୋଇପଡିଥିଲେ । ଘଟଣାସ୍ଥଳରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଚାଲିଛି। ସ୍ଥାନୀୟ ପୋଲିସ ଓ ଅଧିକାରୀଙ୍କ ଏକ ଟିମ୍ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଏହାର ଶବ୍ଦ ବହୁ ଦୂର ପର୍ଯ୍ୟନ୍ତ ଶୁଣିବାକୁ ମିଳିଥିଲା। ଏସଡିଆରଏଫ୍ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।

Comments are closed.