ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ, ୭ ନବଜାତ ଶିଶୁଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଦିଲ୍ଲୀର ବିବେକ ବିହାରରେ ଥିବା ନ୍ୟୁ ବର୍ନ ବେବି କେୟାର ହସ୍ପିଟାଲରେ ଶନିବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି ୭ ଜଣ ନବଜାତ ଶିଶୁଙ୍କର ମୃତ୍ୟୁ ହୋଇଛି। ଆଉ ୫ ପିଲାଙ୍କୁ ଉଦ୍ଧାର କରାଯାଇ ଅନ୍ୟ ଏକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ଅଗ୍ନିଶମ ଅଧିକାରୀଙ୍କ କହିବା ଅନୁସାରେ ରାତି ୧୧:୩୦ରେ ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ମିଳିଥିଲା। ମୋଟ ୧୬ ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ବେବି କେୟାର କେନ୍ଦ୍ରରେ‌ ଲାଗିଥିବା ନିଆଁ ନିକଟସ୍ଥ ଏକ ଆବାସିକ କୋଠାକୁ ମଧ୍ୟ ବ୍ୟାପି ଯାଇଥିଲା। ଏହି କୋଠାରୁ ୧୧-୧୨ଲୋକଙ୍କୁ ମଧ୍ୟ ଉଦ୍ଧାର କରାଯାଇଥିଲା |

ଅଗ୍ନିକାଣ୍ଡର କାରଣ ଜଣା ପଡ଼ିନାହିଁ। ତେବେ ପ୍ରାରମ୍ଭିକ ତଦନ୍ତରୁ ବେବି କେୟାର ସେଣ୍ଟର ନିକଟରେ ଥିବା ଆମ୍ବୁଲାନ୍ସରେ ଅକ୍ସିଜେନ ଗ୍ୟାସ ରିଫିଲିଂ ବେଳେ ବିସ୍ଫୋରଣର ହୋଇଥିଲା । ଅକ୍ସିଜେନ ସିଲିଣ୍ଡରରେ ବିସ୍ଫୋରଣ ଯୋଗୁଁ ହସ୍ପିଟାଲରେ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ତେବେ ଏହା ନିଶ୍ଚିତ ହୋଇନାହିଁ।

Comments are closed.