ରେସିଂ ଇଭେଣ୍ଟ ବେଳେ କାର୍ ମାଡ଼ିଗଲା, ୭ ମୃତ

କଲମ୍ବୋ: ଶ୍ରୀଲଙ୍କାରେ ରବିବାର ଏକ ରେସିଂ ଇଭେଣ୍ଟରେ ଏକ କାର ନିୟନ୍ତ୍ରଣ ହରାଇ ଦର୍ଶକଙ୍କ ଉପରେ ମାଡ଼ି ଯିବାରୁ ୭ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାରେ ୧୮ ଜଣ ଆହତ ହୋଇଛନ୍ତି। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ଦୁର୍ଘଟଣା ଶ୍ରୀଲଙ୍କାର ସେଣ୍ଟ୍ରାଲ୍ ହିଲ୍ସ ଅଞ୍ଚଳରେ ଘଟିଛି।ମୃତକଙ୍କ ମଧ୍ୟରେ ରେସ୍ ଆୟୋଜନ କରିଥିବା ଅଧିକାରୀଙ୍କ ସମେତ ଦର୍ଶକ ଏବଂ ଜଣେ ୮ ବର୍ଷର ବାଳିକା ଅଛନ୍ତି।

ଶ୍ରୀଲଙ୍କା ସେନା ତରଫରୁ ଦିୟାତଲାୱାରେ ଏହି କାର୍ ରେସିଂ ଇଭେଣ୍ଟ ଆୟୋଜିତ କରାଯାଇଥିଲା । ଏହା ଶ୍ରୀଲଙ୍କା ସେନାର ୨୮ତମ ଇଭେଣ୍ଟ ଥିଲା ।

ରେସିଂ ଇଭେଣ୍ଟ ଦେଖିବାକୁ ପ୍ରାୟ ଏକ ଲକ୍ଷ ଦର୍ଶକ ଆସିଥିଲେ | ତେବେ ଦୁର୍ଘଟଣା ପରେ ଇଭେଣ୍ଟକୁ ମଝିରୁ ବାତିଲ କରାଯାଇଥିଲା । ପୋଲିସ ଦୁର୍ଘଟଣାର ତଦନ୍ତ କରୁଛି।

Comments are closed.