ପରିବା ତୋଳୁଥିବା ବେଳେ ବିଦ୍ୟୁତ ତାର ଛିଣ୍ଡି ବାପା ମୃତ, ପୁଅ ଗୁରୁତର

ବ୍ରହ୍ମପୁର – ଗଞ୍ଜାମ ଜିଲ୍ଲା ଆଡପଡାରେ ଅଘଟଣ । ସକାଳେ ବିଲକୁ ଯାଇ ବାପା ପୁଅ ମିଶି ପରିବା ତୋଳୁଥିବା ବେଳେ ବିଦ୍ୟୁତ ତାର ଛିଣ୍ଡି ପଡିବାରୁ ବାପାଙ୍କର ମୃତ୍ୟୁ ହୋଇଥିବା ବେଳେ ପୁଅ ଗୁରୁତର ଆହତ ହୋଇଛନ୍ତି। ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଆଡପଡା ଗାଁରେ ଘଟିଛି ଏହି ଘଟଣା । ମୃତକ ହେଲେ ସେହି ଗାଁର କୋରା ବେହେରା । ତାଙ୍କ ପୁଅ ତୋଫାନ ଗୁରୁତର ଆହତ ହୋଇଛନ୍ତି।

ବାପା ପୁଅଙ୍କୁ ସ୍ଥାନୀୟ ଲୋକେ ପ୍ରଥମେ ଆଡ଼ପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନେଇଥିବା ବେଳେ ସେଠାରେ ଡାକ୍ତର କୋରାଙ୍କୁ ମୃତ ଘୋଷଣା କରିଥିଲେ। ଗୁରୁତର ଆହତ ତୋଫାନଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି।

Comments are closed.