ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ସିରିଜ୍ ପାଇଁ ଶିଖର ଧାୱନ କ୍ୟାପଟେନ, ରୋହିତ, କୋହଲିଙ୍କ ସହ ସିନିୟରଙ୍କୁ ବିଶ୍ରାମ

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ଭାରତୀୟ ଦିନିକିଆ ଦଳ ଘୋଷଣା କରାଯାଇଛି। ଏହି ଗସ୍ତରେ ଦିନିକିଆ ସିରିଜ୍ ପାଇଁ ଶିଖର ଧାୱନଙ୍କୁ ଟିମ୍ ଇଣ୍ଡିଆର ଅଧିନାୟକ କରାଯାଇଥିବା ବେଳେ ରବୀନ୍ଦ୍ର ଜାଡେଜା ଉପଅଧିନାୟକ ହୋଇଛନ୍ତି। ଏହି ଗସ୍ତରୁ ନିୟମିତ ଅଧିନାୟକ ରୋହିତ ଶର୍ମାଙ୍କ ସହ ବିରାଟ କୋହଲି, ରିଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା ଓ ଯସପ୍ରୀତ ବୁମ୍ରାଙ୍କ ପରି ସିନିୟର ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି।

ଇଂଲଣ୍ଡରେ ଅନୁଷ୍ଠିତ ହେବାକୁ ଥିବା ଟି-୨୦ ଏବଂ ଦିନିକିଆ ସିରିଜ୍ ପରେ ଭାରତୀୟ ଦଳ ୱେଷ୍ଟଇଣ୍ଡିଜ୍ ଗସ୍ତରେ ଯିବ ଏବଂ ସେଠାରେ ତିନୋଟି ଦିନିକିଆ ସହ ପାଞ୍ଚଟି ଟି-୨୦ ଖେଳିବ |

ସଞ୍ଜୁ ସାମସନଙ୍କ ସହ ଅକ୍ଷର ପଟେଲ, ମହମ୍ମଦ ସିରାଜ ଦିନିକିଆ ଦଳକୁ ଫେରିଛନ୍ତି | ଏହି ଗସ୍ତରେ ଇଶାନ କିଶନ, ଶୁବମାନ ଗିଲଙ୍କୁ ମଧ୍ୟ ସୁଯୋଗ ଦିଆଯାଇଛି।

ଏବେ କେବଳ ଦିନିକିଆ ସିରିଜ୍ ପାଇଁ ଦଳ ଘୋଷଣା କରାଯାଇଥିବାବେଳେ ଟି-୨୦ ସିରିଜ୍ ପାଇଁ ଟିମ୍ ଚୟନ ପରେ କରାଯିବ | ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ପାଇଁ ସିନିୟର ଖେଳାଳି ଫେରିପାରନ୍ତି ବୋଲି ଆଶା କରାଯାଉଛି। କାରଣ ଅକ୍ଟୋବରରେ ହେବାକୁ ଥିବା ଟି-୨୦ ବିଶ୍ୱକପ ପ୍ରସ୍ତୁତି ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସିରିଜ୍ |

ଦିନିକିଆ ସିରିଜ୍ ପାଇଁ ଭାରତୀୟ ଦଳ:
ଶିଖର ଧାୱନ (କ୍ୟାପଟେନ), ରବିନ୍ଦ୍ର ଜାଡେଜା (ଉପ-ଅଧିନାୟକ), ଋତୁରାଜ ଗାଇକୱାଡ, ଶୁଭମାନ ଗିଲ, ଦୀପକ ହୁଡା, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର, ଇଶାନ କିଶନ (wk), ସଞ୍ଜୁ ସାମସନ (wk), ଶାର୍ଦୁଲ ଠାକୁର, ୟୁଜବେନ୍ଦ୍ର ଚହଲ, ଅବେଶ ଖାନ, ପ୍ରସିଦ୍ଧ କ୍ରିଷ୍ଣା, ମହମ୍ମଦ ସିରାଜ, ଅର୍ଶଦୀପ ସିଂହ ।

ଭାରତୀୟ ଦଳର ୱେଷ୍ଟଇଣ୍ଡିଜ୍ ଗସ୍ତ କାର୍ଯ୍ୟସୂଚୀ:
ପ୍ରଥମ ଦିନିକିଆ – ଜୁଲାଇ ୨୨, ସନ୍ଧ୍ୟା ୭ ଟା |
ଦ୍ୱିତୀୟ ଦିନିକିଆ – ଜୁଲାଇ ୨୪, ସନ୍ଧ୍ୟା ୭ଟା ।
ତୃତୀୟ ଦିନିକିଆ – ଜୁଲାଇ ୨୭, ସନ୍ଧ୍ୟା ୭ଟା |

ପ୍ରଥମ ଟି-୨୦ – ଜୁଲାଇ ୨୯ |
୨ୟ ଟି-୨୦ – ଅଗଷ୍ଟ ୧ ।
ତୃତୀୟ ଟି-୨୦ – ଅଗଷ୍ଟ ୨ ।
ଚତୁର୍ଥ ଟି-୨୦ – ଅଗଷ୍ଟ ୬ ।
ପଞ୍ଚମ ଟି-୨୦ – ଅଗଷ୍ଟ ୭ |

Comments are closed.