ବିସିସିଆଇର ସିନିୟର ଚୟନ କମିଟିରେ ଶିବସୁନ୍ଦର ଦାସ

ମୁମ୍ବାଇ – ବୋର୍ଡ ଅଫ କଂଟ୍ରୋଲ ଫଳ କ୍ରିକେଟ ଇନ୍ ଇଣ୍ଡିଆ- ବିସିସିଆଇର ନୂଆ ସିନିୟର ଚୟନ କମିଟି ଘୋଷଣା କରାଯାଇଛି । ଏହି ୫ ଜଣିଆ କମିଟିରେ ସ୍ଥାନ ପାଇଛନ୍ତି ଓଡ଼ିଶାର ପୂର୍ବତନ ଟେଷ୍ଟ କ୍ରିକେଟର ଶିବ ସୁନ୍ଦର ଦାସ । ତେବେ ଚୟନକର୍ତ୍ତା କମିଟିର ଅଧ୍ୟକ୍ଷ ପଦ ବଜାୟ ରଖିଛନ୍ତି ଚେତନ ଶର୍ମା । ଚେତନ ଶର୍ମାଙ୍କୁ ପୁଣି ଚୟନକର୍ତ୍ତା କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି । ଚେତନ ଶର୍ମା ଓ ଶିବ ସୁନ୍ଦର ଦାସଙ୍କ ବ୍ୟତୀତ ସୁବ୍ରତ ବାନାର୍ଜୀ, ସଲିଲ ଅଙ୍କୋଲା, ଏସ. ଶରତଙ୍କୁ ଏହି କମିଟିର ସଦସ୍ୟ ରହିଛନ୍ତି ।

Comments are closed.