ଶ୍ରେୟସ୍ ଆୟରଙ୍କ ବିରଳ କୀର୍ତ୍ତିମାନ, ଡେବ୍ୟୁରେ ଜମାଇଲେ ଶତକ

କାନପୁର: ନିଜ ଡେବ୍ୟୁ ଟେଷ୍ଟରେ ଶ୍ରେୟସ୍ ଆୟର ଶତକ ହାସଲ କରି ବିରଳ କୀର୍ତ୍ତିମାନ ସ୍ଥାପନ କରିଛନ୍ତି । କାନପୁରରେ ଚାଲିଥିବା ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନରେ ଆୟର ଏହି ମାଇଲଖୁଣ୍ଟ ହାସଲ କରିଛନ୍ତି।

ନିଜ ପଦାର୍ପଣ ଟେଷ୍ଟ ମ୍ୟାଚରେ ଶତକ ହାସଲ କରିବାରେ ଆୟର ୧୬ତମ ଭାରତୀୟ । ଏହାଛଡ଼ା କାନପୁରର ଗ୍ରୀନ୍ ପାର୍କରେ ଡେବ୍ୟୁ ଟେଷ୍ଟରେ ଶତକ ହାସଲ କରିବାରେ ଶ୍ରେୟସ୍ ହେଉଛନ୍ତି ଦ୍ୱିତୀୟ ବ୍ୟାଟ୍ସମ୍ୟାନ୍ |

ଏହାପୂର୍ବରୁ କାନପୁରର ଏହି ଗ୍ରୀନ୍ ପାର୍କ ଷ୍ଟାଡିୟମରେ ଅଷ୍ଟ୍ରେଲିଆ ବିପକ୍ଷ ଡେବ୍ୟୁ ମ୍ୟାଚରେ ଗୁଣ୍ଡାପ୍ପା ବିଶ୍ୱନାଥ ଏକ ଶତକ ହାସଲ କରିଥିଲେ।

ଶତକ ସ୍କୋର କରିବା ପରେ ଶ୍ରେୟସ୍ ଆୟର କ୍ରିଜରେ ଅଧିକ ସମୟ ରହିନଥିଲେ । ସେ ୧୦୫ ରନ୍ କରିବା ପରେ ଟିମ୍ ସାଉଦିଙ୍କ ବଲରେ ଆଉଟ୍ ହୋଇଥିଲେ।
ଶେଷର ଖବର ସୁଦ୍ଧା କାନପୁର ଟେଷ୍ଟରେ ଭାରତ ୮ ଓ୍ବିକେଟ୍ ହରାଇ ୩୩୦ ରନ୍ କରିଛି ।

Comments are closed.