କେଦାରନାଥରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୬ ମୃତ

କେଦାରନାଥ: ଉତ୍ତରାଖଣ୍ଡର କେଦାରନାଥରେ ମଙ୍ଗଳବାର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ପାଇଲଟଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ହୋଇଛି। କେଦାରନାଥଠାରୁ ୨ କିଲୋମିଟର ଦୂର ଗରୁଡଚଟିରେ ଏହି ଦୁର୍ଘଟଣା ଘଟିଛି। ଖରାପ ପାଗ ହେଲିକପ୍ଟର ଦୁର୍ଘଟଣାର କାରଣ ବୋଲି ଜଣାପଡିଛି।

ଏହି ହେଲିକପ୍ଟରଟି ଆର୍ଯ୍ୟନ୍ କମ୍ପାନୀର ଥିଲା | ହେଲିକପ୍ଟରଟି ଗୁପ୍ତକାଶୀରୁ କେଦାରନାଥ ଅଭିମୁଖେ ଯାଉଥିଲା । ହେଲିକପ୍ଟରରେ ପାଇଲଟଙ୍କ ସମେତ ୬ ଜଣ ଲୋକ ଥିଲେ। ତେବେ ଗରୁଡଚଟିରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ତଳେ ଖସିପଡ଼ିବା ପରେ ହେଲିକପ୍ଟରେ ନିଆଁ ଲାଗିଯାଇଥିଲା।

ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ କୁହୁଡି ଯୋଗୁଁ ଏହି ଦୁର୍ଘଟଣା ଘଟିଛି। ହେଲିକପ୍ଟର ଏକ ପାହାଡ଼କୁ ଧକ୍କା ଦେବା ପରେ ବିସ୍ଫୋରଣ ହୋଇଥିଲା।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ।

Comments are closed.