ଗାଧୋଇବା, ଲୁଗା ସଫା କରିବା ହେଲା ମହଙ୍ଗା; ସାବୁନ୍, ଡିଟର୍ଜେଣ୍ଟ ମୂଲ୍ୟ ୩.୪ ରୁ ୨୧.୭ ପ୍ରତିଶତ ବଢ଼ିଲା

ନୂଆଦିଲ୍ଲୀ: ସାଧାରଣ ଲୋକଙ୍କ ଉପରେ ଦରବୃଦ୍ଧି ବୋଝ ଦିନକୁ ଦିନ ବଢ଼ିବାରେ ଲାଗିଛି। ପେଟ୍ରୋଲ-ଡିଜେଲ ଏବଂ ପନିପରିବା ପରେ ଡିଟର୍ଜେଣ୍ଟ ଏବଂ ସାବୁନ ଦର ମଧ୍ୟ ବୃଦ୍ଧି ପାଇଛି | ବର୍ତ୍ତମାନ ଆପଣଙ୍କୁ ଗାଧୋଇବା ଏବଂ ଲୁଗା ସଫା କରିବା ପାଇଁ ପୂର୍ବାପେକ୍ଷା ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିବ | ଦୁଇ ବଡ଼ ଏଫ୍ଏମସିଜି କମ୍ପାନୀ ହିନ୍ଦୁସ୍ତାନ ୟୃନିଲିଭର ଲିମିଟେଡ ( ଏଚୟୁଏଲ୍) ଏବଂ ଆଇଟିସି ସାବୁନ୍ ଏବଂ ଡିଟରଜେଣ୍ଟ୍ର ମୂଲ୍ୟ ବୃଦ୍ଧି ଘୋଷଣା କରିଛନ୍ତି |

ଏଚୟୁଏଲ୍ ୩.୪ ପ୍ରତିଶତରୁ ୨୧.୭ ପ୍ରତିଶତ ପର୍ଯ୍ୟନ୍ତ ସାବୁନ୍, ଡିଟର୍ଜେଣ୍ଟ ରେଟ୍ ବଢ଼ାଇ ଦେଇଛି | ଏଚୟୁଏଲ୍ ଚକ, ରିନ୍ ବାର୍ ଏବଂ ଲକ୍ସ ସାବୁନର ମୂଲ୍ୟ ବୃଦ୍ଧି କରିଛି | ଏହାଛଡ଼ା ଆଇଟିସି ଫିଆମା ସାବୁନ ମୂଲ୍ୟ ୧୦ ପ୍ରତିଶତ ବଢ଼ିଛି। ଏହା ବ୍ୟତୀତ ଭିଭେଲ୍ ସାବୁନ୍ ଦାମ୍ ୯ ପ୍ରତିଶତ ଏବଂ ଏଙ୍ଗେଜ୍ ଡିଓର ମୂଲ୍ୟ ୭.୬ ପ୍ରତିଶତ ବୃଦ୍ଧି ଘଟିଛି।

ରିପୋର୍ଟ ଅନୁଯାୟୀ, ଇନପୁଟ୍ ମୂଲ୍ୟ ବୃଦ୍ଧି ହେତୁ ଏଫ୍ଏମସିଜି କମ୍ପାନୀଗୁଡିକ ସାବୁନ୍ ଏବଂ ଡିଟର୍ଜେଣ୍ଟର ମୂଲ୍ୟ ବୃଦ୍ଧି କରିଛନ୍ତି | ଏବେ ରିନ୍ ସାବୁନର ୨୫୦ ଗ୍ରାମ ପ୍ୟାକ୍ ମୂଲ୍ୟ ୫.୮ ପ୍ରତିଶତ ବୃଦ୍ଧି କରାଯାଇଛି। ୧୦୦ ଗ୍ରାମ ପ୍ୟାକ୍ ଲକ୍ସ ୨୧.୭ ପ୍ରତିଶତ ମହଙ୍ଗା ହୋଇଛି ।

ହିନ୍ଦୁସ୍ତାନ ୟୁନିଲିଭର ଏକ କିଲୋଗ୍ରାମ ପ୍ୟାକ୍ ହ୍ବିଲ୍ ଡିଟର୍ଜେଣ୍ଟର ମୂଲ୍ୟ ୩.୪ ପ୍ରତିଶତ ବୃଦ୍ଧି କରିଛି । ସେହିପରି ୫୦୦ ଗ୍ରାମ ହ୍ବିଲ୍ ପ୍ୟାକର ମୂଲ୍ୟ ୨୮ ରୁ ୩୦ ଟଙ୍କାକୁ ବୃଦ୍ଧି ପାଇଛି |

Comments are closed.