ସୋନିଆ ଗାନ୍ଧୀ ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: ସାମାନ୍ୟ ଜ୍ୱରର ଲକ୍ଷଣ ପରେ ରବିବାର କଂଗ୍ରେସ ସଂସଦୀୟ ଦଳର ସଭାପତି ସୋନିଆ ଗାନ୍ଧୀଙ୍କୁ ଦିଲ୍ଲୀର ସାର୍ ଗଙ୍ଗା ରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେ ଡାକ୍ତରଙ୍କ ନିରୀକ୍ଷଣରେ ଅଛନ୍ତି। ତାଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ଥିବା କୁହାଯାଇଛି ।

ଏହା ପୂର୍ବରୁ ସୋନିଆ ଗାନ୍ଧୀ ଚଳିତ ବର୍ଷ ଦୁଇଥର ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଭାଇରାଲ୍ ଶ୍ବାସନଳୀ ସଂକ୍ରମଣ ପାଇଁ ତାଙ୍କୁ ଜାନୁଆରୀରେ ଦିଲ୍ଲୀର ସାର୍ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପୁଣି ମାର୍ଚ୍ଚରେ ଜ୍ୱର ଯୋଗୁଁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।

ସୋନିଆ ନିକଟରେ ତାଙ୍କ ପୁଅ ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ସହ ମୁମ୍ବାଇରେ ବିରୋଧୀ ଦଳଙ୍କ ‘ଇଣ୍ଡିଆ’ ମେଣ୍ଟ ବୈଠକରେ ଯୋଗ ଦେଇଥିଲେ।

Comments are closed.