ମହାପ୍ରଭୁଙ୍କ ଦର୍ଶନ ପାଇଁ ନୂଆ ନିୟମ ଯୋଡି ଏସଓପି ଜାରି କଲା ଶ୍ରୀମନ୍ଦିର ପ୍ରଶାସନ

ଭୁବନେଶ୍ୱର- ଆଉ କିଛି ନିୟମ ସହ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଜାରି ହୋଇଛି ଏସଓପି । ଶ୍ରୀମନ୍ଦିର ଭିତରେ ଦର୍ଶନ ବେଳେ ଦେବାଦେବୀଙ୍କୁ ଛୁଇଁପାରିବେ ନାହିଁ ଶ୍ରଦ୍ଧାଳୁ ।

ଜଗମୋହନରେ ଥିବା ଗରୁଡ ସ୍ତମ୍ଭକୁ ବି ଭକ୍ତ ଛୁଇଁବେ ନାହିଁ । ମନ୍ଦିରକୁ ଭୋଗ, ଫୁଲ ଆଦି ସାମଗ୍ରୀ ନେବା ଉପରେ କଟକଣା ଜାରି କରାଯାଇଛି ।

ଶ୍ରୀମନ୍ଦିର ପରିସର ବା ଆନନ୍ଦବଜାରରେ ମହାପ୍ରସାଦ ସେବନ ବାରଣ କରାଯାଇଛି । ଭକ୍ତଙ୍କ ଗାଡି ଜଗନ୍ନାଥବଲ୍ଲଭ ପାର୍କିଂରେ ରଖିବା ପାଇଁ ବ୍ୟବସ୍ଥା କରାଯାଇଛି । ମନ୍ଦିରରେ ପାନ, ଗୁଟଖା ଓ ଛେପ ପକାଇବା ଉପରେ କଟକଣା ଜାରି କରାଯାଇଛି ।

ସେବାୟତଙ୍କ ପରିବାର ମଙ୍ଗଳ ଆଳତିଠାରୁ ରାତ୍ର ପହୁଡ ଯାଏଁ ଦର୍ଶନ କରିପାରିବେ । ଡିସେମ୍ବର ୨୬ ତାରିଖରୁ ସକାଳ ୭ଟାରୁ ମାର୍କେଟ ଛକରୁ ଆରମ୍ଭ ହେବ ଧାଡି ଦର୍ଶନ ।

Comments are closed.