ଏଣିକି ଗାଡ଼ି ହର୍ଣ୍ଣରେ ବ୍ୟବହାର ହେବ ଭାରତୀୟ ବାଦ୍ୟଯନ୍ତ୍ରର ଶବ୍ଦ, ଖୁବ୍ ଶୀଘ୍ର ଆସିବ ଆଇନ

ନାଶିକ: ଏଣିକି ପେଁ..ପେଁ ବଦଳରେ ସବୁ ଗାଡ଼ି ହର୍ଣ୍ଣରେ ଭାରତୀୟ ବାଦ୍ୟଯନ୍ତ୍ରର ଶବ୍ଦ ଶୁଣାଯିବ। ଏନେଇ ଶୀଘ୍ର ଏକ ଆଇନ ଆଣିବାକୁ ଯୋଜନା ରହିଛି ବୋଲି ପରିବହନ ମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି । ଆମ୍ବୁଲାନ୍ସ ଏବଂ ପୋଲିସ୍ ଗାଡି ଦ୍ୱାରା ବ୍ୟବହୃତ ସାଇରନକୁ ମଧ୍ୟ ବଦଳାଇ ଆକାଶବାଣୀରେ ବାଜୁଥିବା ଶ୍ରୁତିମଧୁର ସୁର ବ୍ୟବହାର କରିବାକୁ ବିଚାର କରାଯାଉଛି ବୋଲି ଗଡକରୀ କହିଛନ୍ତି।

ଗଡକରୀ କହିଛନ୍ତି ଯେ ସେ ଗାଡ଼ିରେ ନାଲିବତୀ ବ୍ୟବହାର ବନ୍ଦ କରିଛନ୍ତି। ଏବେ ସେ ଏହି ସାଇରନ୍ ଗୁଡ଼ିକୁ ମଧ୍ୟ ବନ୍ଦ କରିବାକୁ ଚାହୁଁଛନ୍ତି। ମୁଁ ଆମ୍ବୁଲାନ୍ସ ଏବଂ ପୋଲିସ୍ ଦ୍ବାରା ବ୍ୟବହୃତ ସାଇରନ୍ ଉପରେ ଅଧ୍ୟୟନ କରୁଛି। ସେ କହିଛନ୍ତି ଯେ ଜଣେ କଳାକାର ଆକାଶବାଣୀ ପାଇଁ ଏକ ଗୀତ ରଚନା କରିଥିଲେ ଏବଂ ଏହା ସକାଳେ ବଜାଯାଇଥିଲା। ମୁଁ ଆମ୍ବୁଲାନ୍ସ ପାଇଁ ସେହି ସ୍ଵର ବ୍ୟବହାର କରିବାକୁ ଚିନ୍ତା କରୁଛି ଯାହା ଦ୍ଵାରା ଲୋକମାନେ ଏହାକୁ ପସନ୍ଦ କରିବେ। ବିଶେଷକରି କୌଣସି ମନ୍ତ୍ରୀ ଗାଡ଼ିରେ ଯିବା ବେଳେ ଉଚ୍ଚ ଶବ୍ଦରେ ସାଇରନ୍ ବ୍ୟବହୃତ ହୁଏ ଯାହା ଅତ୍ୟନ୍ତ ବିରକ୍ତିକର | ଏହା ଦ୍ବାରା କାନକୁ ମଧ୍ୟ କ୍ଷତି ପହଞ୍ଚିବା ଆଶଙ୍କା ଥାଏ |

ଗାଡକରୀ କହିଛନ୍ତି ଯେ ସବୁ ଗାଡ଼ିର ହର୍ଣ୍ଣରୁ ବଂଶୀ, ତବଲା, ଭାଓଲିନ୍, ହାରମୋନିୟମ୍ ପରି ଭାରତୀୟ ବାଦ୍ୟଯନ୍ତ୍ର ଶବ୍ଦ ଯେପରି ଶୁଣାଯିବ ସେ ନେଇ ଶୀଘ୍ର ସେ ଏକ ଆଇନ ଆଣିବାକୁ ବିଚାର କରୁଛନ୍ତି । ଗାଡ଼ିର ହର୍ଣ୍ଣରେ ଏହିପରି ଭାରତୀୟ ବାଦ୍ୟଯନ୍ତ୍ର ଶବ୍ଦ ଲୋକଙ୍କ କାନକୁ ମଧ୍ୟ ଶ୍ରୁତିମଧୁର ଲାଗିବ ବୋଲି ଗଡକରୀ କହିଛନ୍ତି ।

Comments are closed.