ଶ୍ରୀଲଙ୍କାରେ ଆଜି ନୂଆ ରାଷ୍ଟ୍ରପତି ନିର୍ବାଚନ, ବିକ୍ରମାସିଂଘେଙ୍କ ସହ ଦୌଡ଼ରେ ତିନି ପ୍ରାର୍ଥୀ

କଲମ୍ବୋ: ଗୋଟାବାୟା ରାଜପକ୍ଷେଙ୍କ ଇସ୍ତଫା ପରେ ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି ପାଇଁ ଆଜି ନିର୍ବାଚନ ଅନୁଷ୍ଠିତ ହେବ । ଦେଶର ଇତିହାସରେ ପ୍ରଥମ ଥର ପାଇଁ ରାଷ୍ଟ୍ରପତି ସାଂସଦଙ୍କ ଦ୍ବାରା ନିର୍ବାଚିତ ହେବେ ।

ରାଷ୍ଟ୍ରପତି ପଦ ପାଇଁ ତ୍ରିସ୍ତରୀୟ ରେସରେ କାମଚଳା ରାଷ୍ଟ୍ରପତି ରାନିଲ ବିକ୍ରମାସିଂଘେ, ଡାଲାସ୍ ଆଲାପେରୁମା ଏବଂ ବାମପନ୍ଥୀ ନ୍ୟାସନାଲ ପିପୁଲ୍ସ ପାର୍ଟିର ଅନୁରା କୁମାରା ଅଛନ୍ତି।

ଶାସକ ଦଳ ଏସଏଲପିପି ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମାସିଂଘେଙ୍କୁ ମଇଦାନକୁ ଓହ୍ଲାଇଛି। ସେ ଏହି ଦୌଡ଼ରେ ଆଗରେ ରହିଛନ୍ତି । କିନ୍ତୁ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଇସ୍ତଫା ଦେବା ପରେ ବିକ୍ରମାସିଂଘେ ବି ପଦ ଛାଡ଼ନ୍ତୁ ବୋଲି ଶ୍ରୀଲଙ୍କା ଜନସାଧାରଣ ଚାହୁଁଛନ୍ତି।

ଯେଉଁମାନେ ରାନିଲ ବିକ୍ରମାସିଂଘେଙ୍କୁ ଯେଉଁମାନେ କଡ଼ା ମୁକାବିଲା ଦେଇପାରନ୍ତି ସେମାନଙ୍କ ମଧ୍ୟରେ ଶାସକ ଦଳର ଅସନ୍ତୁଷ୍ଟ ସାଂସଦ ଡାଲାସ ଆଲେପେରୁମାଙ୍କ ନାମ ରହିଛି, ଯାହାକୁ ବିରୋଧୀ ଦଳ ସମର୍ଥନ କରିଛନ୍ତି।

ନୂଆ ରାଷ୍ଟ୍ରପତିଙ୍କ ୨୦୨୪ ଯାଏଁ ପଦରେ ରହିବେ ଅର୍ଥାତ୍ ସେ ଗୋଟାବାୟା ରାଜପକ୍ଷେଙ୍କ ଅବଶିଷ୍ଟ କାର୍ଯ୍ୟକାଳ ପୂରଣ କରିବେ।

ଆଜି ହେବାକୁ ଥିବା ଭୋଟିଂରେ ମୋଟ ୨୨୫ ସାଂସଦ ଭୋଟ୍ ଦେବେ। ଜଣେ ପ୍ରାର୍ଥୀଙ୍କ ବିଜୟ ପାଇଁ ଅଧାରୁ ଅଧିକ ଭୋଟ୍ ଆବଶ୍ୟକ |

Comments are closed.