ଶ୍ରୀମନ୍ଦିରର ୭ଟି ଦ୍ୱାରର ରୁପା ଛାଉଣୀ କାର୍ଯ୍ୟ ଶେଷ

ପୁରୀ – ଶ୍ରୀମନ୍ଦିରର ୭ଟି ଦ୍ୱାରର ରୁପା ଛାଉଣୀ କାର୍ଯ୍ୟ ଶେଷ ହୋଇଛି । କେବଳ କଳାହାଟ ଦ୍ୱାରକୁ ଛାଡି ଶ୍ରୀମନ୍ଦିରର ୭ଟି ଦ୍ୱାରର ରୁପା ଛାଉଣୀ ହୋଇଛି । ରଥଯାତ୍ରା ପୂର୍ବରୁ ଜୟ ବିଜୟ ଓ ଭୋଗମଣ୍ଡପ ପଶ୍ଚିମପାଶ୍ୱର୍ରେ ବର୍ମାଟିକ୍ କାଠ ଦ୍ୱାର ଲାଗିଥିଲା । ପରେ ସବୁର ରୁପା ଛାଉଣୀ କରାଯାଇଥିଲା । ସର୍ବସାଧାରଣ ଦର୍ଶନ ଆରମ୍ଭ ପୂର୍ବରୁ ନବନିର୍ମିତ ସାତାପାହାଚ ଦ୍ୱାର ଓ ବେହରଣ ଦ୍ୱାର ଲାଗିଥିଲା । ପରେ ରୁପାରେ ସୂକ୍ଷ୍‌ମ କାରୁକାର୍ଯ୍ୟପୂର୍ଣ୍ଣ ଚାଦର ପ୍ଲେଟ ଲାଗିିଥିଲା ।

ଶ୍ରୀମନ୍ଦିର ବେହରଣ, ଜୟ ବିଜୟ , ଭୋଗମଣ୍ଡପ ପଶ୍ଚିମ ପାଶ୍ୱର୍, ସାତ ପାହାଚ, ନୃସିଂହ ମନ୍ଦିର, ମା’ ବିରଳା ମନ୍ଦିର ଓ ମହାଲକ୍ଷ୍ମୀ ମନ୍ଦିରରେ ବର୍ମାଟିକ କାଠ ଦ୍ୱାର ଲାଗିଛି । ପର୍ଯ୍ୟାୟକ୍ରମେ ଏସବୁ ଦ୍ୱାରରେ ରୁପା ଚାଦର ଆଚ୍ଛାଦିତ କରାଯାଇଛି । ଆସନ୍ତାବର୍ଷ ରଥ ଯାତ୍ରାରେ କଳାହାଟ ଦ୍ୱାରର ରୂପା କାର୍ଯ୍ୟ କରାଯିବ ।

Comments are closed.