ଓଏସଆରଟିସିର ୧୧୦ ନୂଆ ବସ୍ ଚଳାଚଳର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ‘ମୋ ବସ୍‌’ର ଦୁଇ ଅତ୍ୟାଧୁନିକ ଡିପୋ ଉଦଘାଟିତ 

ଭୁବନେଶ୍ୱର- ଆଜି ‘ମୋ ବସ୍‌’ର ଦୁଇଟି ଅତ୍ୟାଧୁନିକ ଡିପୋକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗୋଟିଏ ଡିପୋ ପଟିଆରେ ରହିଥିବା ବେଳେ ଆଉ ଗୋଟିଏ ଡିପୋ ଭଗବାନପୁର ନିକଟରେ ନିର୍ମିତ ହୋଇଛି । ଡିପୋ ମଧ୍ୟରେ ବସ୍ ରହିବା ସହ ତେଲ ପକାଇବାର ବ୍ୟବସ୍ଥା କରାଯାଇଛି । ଏଥିସହ ବସଗୁଡିକୁ ମେସିନ ଜରିଆରେ ପରିଷ୍କାର କରାଯାଇପାରିବ । ଅଳ୍ପ ସମୟରେ ବସଗୁଡିକୁ କିପରି ଭଲଭାବରେ ସଫା କରାଯାଇପାରିବ, ସେ ନେଇ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା ଡିପୋରେ ରହିଛି । ଏଣେ ଓଏସଆରଟିସିର ୧୧୦ଟି ନୂଆ ବସ୍ ଚଳାଚଳର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ।

Comments are closed.