ଦିଲ୍ଲୀର ଜାହାଙ୍ଗିରପୁରୀରେ ପୁଣି ଥରେ ପଥର ମାଡ଼, ତଦନ୍ତ ପାଇଁ ଯାଇଥିବା ପୋଲିସ ଉପରେ ଆକ୍ରମଣ

ନୂଆଦିଲ୍ଲୀ: ଦିଲ୍ଲୀର ଜାହାଙ୍ଗିରପୁରୀରେ ପୁଣି ଥରେ ପଥର ମାଡ଼ ହୋଇଛି। ଏଥର ପୋଲିସ ଉପରେ ହୋଇଛି ଆକ୍ରମଣ । କ୍ରାଇମ ବ୍ରାଞ୍ଚ ଦଳ ଉପରେ ଟେକାମାଡ଼ ହୋଇଛି, ଯେଉଁଥିରେ ସତେନ୍ଦ୍ର ଖରି ନାମକ ଜଣେ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ହିଂସାକାଣ୍ଡ ଘଟାଇଥିବା ଜାହାଙ୍ଗିରପୁରୀରେ ଅଞ୍ଚଳରେ ରାପିଡ୍ ଆକ୍ସନ ଫୋର୍ସ ଏବଂ ପୋଲିସ ମୁତୟନ କରାଯାଇଛି।

ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ହୋଇଥିବା ହିଂସା ମାମଲାର ତଦନ୍ତ ପାଇଁ ଆସିଥିବା କ୍ରାଇମ ବ୍ରାଞ୍ଚ ଦଳ ଉପରେ ପଥର ମାଡ଼ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ସିସିଟିଭି ଫୁଟେଜରେ ଚିହ୍ନଟ ସନ୍ଦିଗ୍ଧ ସନ୍ନା ଚିକନାଙ୍କୁ ଗିରଫ କରିବା ପାଇଁ ଦଳ ଜହାଙ୍ଗିରପୁରରେ ପହଞ୍ଚିଥିଲା। ଦଳ ସୋନୁଙ୍କୁ ଧରିବା ପାଇଁ ରାସ୍ତାରେ ପହଞ୍ଚିବା ମାତ୍ରେ ଏକ କୋଠାର ତୃତୀୟ ମହଲାରୁ ପଥର ଫିଙ୍ଗିବା ଆରମ୍ଭ ହୋଇଥିଲା।

ଦିଲ୍ଲୀ ପୋଲିସ କହିଛି ଯେ ସଦ୍ୟତମ ପଥର ମାଡ଼ ଘଟଣାକୁ ଗଣମାଧ୍ୟମରେ ଅତିରଞ୍ଜିତ କରାଯାଇଛି । ଏହା ଏକ ମାମୁଲି ଘଟଣା ଥିଲା | ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଜଣଙ୍କୁ ଗିରଫ କରାଯାଇଛି। ଜାହାଙ୍ଗିରପୁରୀର ସି-ବ୍ଲକରେ ଦିଲ୍ଲୀ ପୋଲିସ କ୍ରାଇମ ବ୍ରାଞ୍ଚର ଟିମ୍ ଘଟଣାସ୍ଥଳକୁ ଯାଇଥିବା ବେଳେ ସେମାନଙ୍କ ଉପରେ ପଥର ମାଡ଼ ହୋଇଥିଲା। ଘଟଣାସ୍ଥଳରେ ପୋଲିସ ଏବଂ ଆରଏଫ୍ ନିୟୋଜିତ ଅଛନ୍ତି। ଜଣଙ୍କୁ ଗିରଫ କରାଯାଇଛି। ପରିସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣରେ ଅଛି ବୋଲି ଉତ୍ତର ପଶ୍ଚିମ ଡିସିପି କହିଛନ୍ତି ।

Comments are closed.