ମେଡିକାଲ ପାଠ୍ୟକ୍ରମ ପାଇଁ ନୂଆ ସଂରକ୍ଷଣ ନୀତିକୁ ଚ୍ୟାଲେଞ୍ଜ, କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍

ନୂଆଦିଲ୍ଲୀ: ମେଡିକାଲ ଏବଂ ଡେଣ୍ଟାଲ ପାଠ୍ୟକ୍ରମ ପାଇଁ ସର୍ବଭାରତୀୟ କୋଟା ଅଧୀନରେ ଓବିସି ଏବଂ ଆର୍ଥିକ ଦୁର୍ବଳ ଶ୍ରେଣୀର (ଇଡବ୍ଲ୍ୟୁଏସ୍) ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷଣକୁ ଚ୍ୟାଲେଞ୍ଜ କରି ଆଗତ ଏକ ପିଟିସନ ଉପରେ ସୁପ୍ରିମକୋର୍ଟ କେନ୍ଦ୍ରକୁ ନୋଟିସ୍ ଜାରି କରିଛନ୍ତି। ୨୦୨୧-୨୨ ଶିକ୍ଷା ବର୍ଷରେ ଏହି ସଂରକ୍ଷଣ ନୀତି ଉପରେ ରୋକ୍ ଲଗାଇବାକୁ ମଧ୍ୟ ପିଟିସନରେ ଦାବି କରାଯାଇଛି । କେନ୍ଦ୍ରର ଏହି ସଂରକ୍ଷଣ ନୀତିର ତର୍ଜମା କରାଯିବ ବୋଲି ସୋମବାର ଜଷ୍ଟିସ୍ ଡି.ଓ୍ବାଇ ଚନ୍ଦ୍ରଚୂଡଙ୍କ ଏକ ଖଣ୍ଡପୀଠ କହିଛନ୍ତି।

ଜୁଲାଇରେ କେନ୍ଦ୍ର ସରକାର ମେଡିକାଲ ପାଠ୍ୟକ୍ରମରେ ଓବିସି ମାନଙ୍କ ପାଇଁ ୨୭ ପ୍ରତିଶତ ଏବଂ ଆର୍ଥିକ ଅନଗ୍ରସର ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ଘୋଷଣା କରିଥିଲେ। କେନ୍ଦ୍ର ସରକାରଙ୍କ ଘୋଷଣା ପରେ ଚଳିତ ବର୍ଷ ଠାରୁ ନୂଆ ସଂରକ୍ଷଣ ନୀତି ଲାଗୁ ହୋଇଛି।

କେନ୍ଦ୍ରର ଏହି ନିଷ୍ପତ୍ତି ଦ୍ଵାରା ପ୍ରତିବର୍ଷ ଏହି ଦୁଇ ବର୍ଗର ପ୍ରାୟ ୫୦୦୦ ଛାତ୍ରଛାତ୍ରୀ ଉପକୃତ ହେବେ ବୋଲି ଆଶା କରାଯାଉଛି ।

Comments are closed.