ଧାରା ୩୭୦ ମାମଲା: ଗ୍ରୀଷ୍ମ ଛୁଟି ପରେ ଶୁଣାଣି କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ହଟାଇବା ଏବଂ ଲୋକସଭା-ବିଧାନସଭା ନିର୍ବାଚନମଣ୍ଡଳୀର ସୀମା ପୁନଃ ନିର୍ଦ୍ଧାରଣକୁ ଚ୍ୟାଲେଞ୍ଜ କରି ଦାୟର ଆବେଦନର ଶୁଣାଣି ସୁପ୍ରିମକୋର୍ଟ ଗ୍ରୀଷ୍ମ ଅବକାଶ ପରେ କରିବେ। ସୋମବାର ବରିଷ୍ଠ ଓକିଲ ଶେଖର ନାଫଡେ ପ୍ରଧାନ ବିଚାରପତି ଏନ.ଭି ରମନ୍ନାଙ୍କ ନେତୃତ୍ୱରେ ଏକ ବେଞ୍ଚ ଆଗରେ ଏହି ବିଷୟ ଉଲ୍ଲେଖ କରିଛନ୍ତି।

ପ୍ରଧାନ ବିଚାରପତି କହିଛନ୍ତି ଯେ ପାଞ୍ଚଜଣ ବିଚାରପତିଙ୍କ ଏକ ବେଞ୍ଚ ଦ୍ୱାରା ଏହି ମାମଲାର ଶୁଣାଣି ହେବ। ଗ୍ରୀଷ୍ମ ଛୁଟି ପରେ ଉପଯୁକ୍ତ ବେଞ୍ଚ ଏହି ମାମଲାର ଶୁଣାଣି କରିବେ।

ବରିଷ୍ଠ ଓକିଲ ଶେଖର ନାଫଡେ ମୁଖ୍ୟ ବିଚାରପତି କହିଛନ୍ତି ଯେ ଏହି ମାମଲା ସୀମା ପୁନଃ ନିର୍ଦ୍ଧାରଣ ସହ ଜଡିତ | ନୂତନ କେନ୍ଦ୍ର ଶାସିତ ଅଞ୍ଚଳର ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ଶେଷ ହେବାକୁ ଯାଉଛି | ତେଣୁ ଆସନ୍ତା ସପ୍ତାହରେ ଏହି ମାମଲାର ଶୁଣାଣି ହେବା ଉଚିତ୍।

ପ୍ରକାଶଯୋଗ୍ୟ, ଧାରା ୩୭୦ ଉଚ୍ଛେଦ କରିବା, ଜାମ୍ମୁ କାଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନ କରିବା ଏବଂ ରାଜ୍ୟକୁ ଦୁଇଟି କେନ୍ଦ୍ର ଶାସିତ ପ୍ରଦେଶରେ ବିଭକ୍ତ କରିବା ସମ୍ବନ୍ଧୀୟ ଆଇନର ବୈଧତାକୁ ଚ୍ୟାଲେଞ୍ଜ କରି ଏକ ଆବେଦନ ସୁପ୍ରିମକୋର୍ଟରେ ବିଚାରାଧୀନ ଅଛି। ପ୍ରଧାନ ବିଚାରପତି ସୋମବାର କହିଛନ୍ତି ଯେ ସମ୍ବିଧାନ ବେଞ୍ଚ ଧାରା ୩୭୦ ସହ ଜଡିତ ମାମଲାର ଶୁଣାଣି କରିବ। ବର୍ତ୍ତମାନ ବିଚାରପତି ଏବଂ ବେଞ୍ଚର ଉପଲବ୍ଧତାର ସମସ୍ୟା ରହିଛି। ତେଣୁ ଛୁଟି ପରେ ଏହି ମାମଲାର ଶୁଣାଣି ହେବ।

Comments are closed.