ଅଚାନକ ଆଇପିଏଲରୁ ଓହରିଲେ ସୁରେଶ ରୈନା, ପାରିବାରିକ କାରଣରୁ ଓହରିଥିବା ସୂଚନା, ଏଣେ ସିଏସକେର ଆଉ ଜଣେ ଖେଳାଳି ପଜିଟିଭ

ନୂଆଦିଲ୍ଲୀ – ଚେନ୍ନାଇ ସୁପରକିଙ୍ଗସ ବ୍ୟାଟସମ୍ୟାନ ସୁରେଶ ରୈନା ୟୁଏଇରେ ହେବାକୁ ଥିବା ଆଇପିଏଲରୁ ଓହରିଯାଇଛନ୍ତି । ପାରିବାରିକ କାରଣରୁ ସେ ଆଇପିଏଲରୁ ଓହରି ଯାଇଥିବା କହିଛନ୍ତି । ଟିମ୍ ସିଇଓ କେ. ବିଶ୍ୱନାଥନ ରୈନାଙ୍କ ଓହରିବା ନେଇ ସୂଚନା ଦେଇଛନ୍ତି ।

ରୈନା , ମହେ୍‌ନ୍ଦ୍ର ସିଂହ ଧୋନିଙ୍କ ସହ ଏହି ମାସ ୧୫ ତାରିଖରେ ଆନ୍ତର୍ଜାତିକ କ୍ରିକେଟରୁ ଅବସର ନେଇଥିଲେ । ଏହି ବର୍ଷ ମାର୍ଚ୍ଚରେ ରୈନା ପୁଣି ଥରେ ପିତା ହୋଇଥିଲେ । ଚେନ୍ନାଇ ସୁପରକିଙ୍ଗସର କିଛି ସପୋର୍ଟ ଷ୍ଟାଫ୍ ଓ ଜଣେ ଖେଳାଳି ଗତକାଲି କୋରୋନା ପଜିଟିଭ ହୋଇଥିଲେ । ଆଜି ଆଉ ଜଣେ ଖେଳାଳି ପଜିଟିଭ ହୋଇଥିବା ଜଣାପଡିଛି ।

Comments are closed.