୩୮୦ କର୍ମଚାରୀଙ୍କୁ ଛଟେଇ କରିବ ସ୍ବିଗି

ନୂଆଦିଲ୍ଲୀ: ଭାରତୀୟ କମ୍ପାନୀ ଗୁଡ଼ିକ ଉପରେ ମଧ୍ୟ ଆର୍ଥିକ ମାନ୍ଦାବସ୍ଥାର ପ୍ରଭାବ ପରିଲକ୍ଷିତ ହେବାରେ ଲାଗିଲାଣି । ଫୁଡ୍ ଡେଲିଭରି କମ୍ପାନୀ ‘ସ୍ବିଗି’ରେ ଆରମ୍ଭ ହୋଇଛି କର୍ମଚାରୀ ଛଟେଇ । ପ୍ରାୟ ୩୮୦ କର୍ମଚାରୀଙ୍କୁ ଛଟେଇ କରିବାକୁ ସ୍ବିଗି ନିଷ୍ପତ୍ତି ନେଇଛି। ଏହା ଦ୍ବାରା କମ୍ପାନୀ ନିଜ ଆଇପିଓ ଜାରି କରିବା ପୂର୍ବରୁ କ୍ଷତି କମାଇବା ପାଇଁ ଚେଷ୍ଟା କରୁଛି । ଏହାଛଡ଼ା ଫଣ୍ଡିଂର ଅଭାବ ଯୋଗୁଁ କମ୍ପାନୀ ଏହି ବଡ଼ ନିଷ୍ପତ୍ତି ନେଇଛି | ସ୍ବିଗି ଏହି ନିଷ୍ପତ୍ତି ସହିତ କର୍ମଚାରୀ ଛଟେଇ କରିଥିବା ଆମାଜନ, ଗୋଲ୍ଡମ୍ୟାନ୍, ମାଇକ୍ରୋସଫ୍ଟ ଭଳି ବଡ଼ କମ୍ପାନୀ ତାଲିକାରେ ଯୋଡ଼ି ହୋଇଯାଇଛି ।

Comments are closed.