ଆଜିଠାରୁ ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ୱକପ୍ ୨୦୨୨

ମେଲବୋର୍ଣ୍ଣ: ଟି-୨୦ ବିଶ୍ୱକପ୍ ୨୦୨୨ ଆଜି ଠାରୁ ଅଷ୍ଟ୍ରେଲିଆରେ ଆରମ୍ଭ ହେଉଛି | ଏହି ମେଗା ଇଭେଣ୍ଟ ଦୁଇଟି ରାଉଣ୍ଡରେ ଖେଳାଯିବ | ପ୍ରଥମ ତଥା ଯୋଗ୍ୟତା ପର୍ଯ୍ୟାୟ ଓ ସୁପର-୧୨ ରାଉଣ୍ଡ । ସୁପର-୧୨ ରାଉଣ୍ଡ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିପାରିନଥିବାରୁ ଦୁଇ ପୂର୍ବତନ ବିଜେତା ଶ୍ରୀଲଙ୍କା ଓ ଓ୍ବେଷ୍ଟଇଣ୍ଡିଜ୍ ପ୍ରଥମ ରାଉଣ୍ଡରେ ସ୍କଟଲ୍ୟାଣ୍ଡ, ଜିମ୍ବାୱେ, ଆୟର୍ଲାଣ୍ଡ, ୟୁଏଇ, ନେଦରଲ୍ୟାଣ୍ଡ୍ସ ଏବଂ ନାମିବ୍ୟା ଭଳି ଦଳ ସହ ଖେଳିବ। ଏହି ୮ ଟିମ ମଧ୍ୟରୁ ମୋଟ ୪ଟି ଦଳ ସୁପର ୧୨ ପାଇଁ ଯୋଗ୍ୟତା ଅର୍ଜନ କରିବେ | ସୁପର-୧୨ ଅକ୍ଟୋବର ୨୨ରୁ ଆରମ୍ଭ ହେବ | ପ୍ରଥମ ରାଉଣ୍ଡର ପ୍ରଥମ ମ୍ୟାଚ୍ ଶ୍ରୀଲଙ୍କା ଏବଂ ନାମିବ୍ୟା ମଧ୍ୟରେ ଅକ୍ଟୋବରରେ ଖେଳାଯିବ, ରାଉଣ୍ଡ 1 ର ଶେଷ ମ୍ୟାଚ୍ ଅକ୍ଟୋବର ୧୬ରେ ଖେଳାଯିବ |

ସୁପର-୧୨ ପର୍ଯ୍ୟାୟ ଅକ୍ଟୋବର ୨୨ ରୁ ଡିଫେଣ୍ଡିଂ ଚାମ୍ପିୟନ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ମ୍ୟାଚ୍ ସହ ଆରମ୍ଭ ହେବ । ଭାରତ ଏହାର ଅଭିଯାନ ଅକ୍ଟୋବର ୨୩ରେ ପାକିସ୍ତାନ ବିପକ୍ଷ ମ୍ୟାଚରୁ ଆରମ୍ଭ କରିବ ।

ସୁପର-୧୨ର ଉଭୟ ଗ୍ରୁପର ଟପ୍ ଚାରି ଦଳ ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିବେ | ପ୍ରଥମ ସେମିଫାଇନାଲ ୯ ନଭେମ୍ବରରେ ସିଡନୀରେ ଏବଂ ଦ୍ୱିତୀୟ ସେମିଫାଇନାଲ ୧୦ ନଭେମ୍ବରରେ ଆଡିଲେଡରେ ଖେଳାଯିବ | ବିଶ୍ବକପର ଫାଇନାଲ ୧୩ ନଭେମ୍ବରରେ ମେଲବର୍ଣ୍ଣରେ ଖେଳାଯିବ |

Comments are closed.