ତାମିଲ ଅଭିନେତା ଡାନିଏଲ ବାଲାଜୀଙ୍କ ହୃଦଘାତରେ ମୃତ୍ୟୁ

ଚେନ୍ନାଇ: ତାମିଲ ଅଭିନେତା ଡାନିଏଲ ବାଲାଜୀଙ୍କ ହୃଦଘାତରେ ମୃତ୍ୟୁ ହୋଇଯାଇଛି। ତାଙ୍କୁ ୪୮ ବର୍ଷ ହୋଇଥିଲା । ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କୁ ଗତକାଲି ରାତିରେ ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବାଲାଜୀଙ୍କ ଅକାଳ ବିୟୋଗ ଖବର ପରେ ତାମିଲ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି ଏବଂ ତାଙ୍କ ପ୍ରଶଂସକଙ୍କ ମହଲରେ ଶୋକରେ ଛାୟା ଖେଳିଯାଇଛି ।

କମଲ ହାସନଙ୍କ ଫିଲ୍ମ ‘ମାରୁଧୁନାୟଗମ୍’ରେ ୟୁନିଟ୍ ପ୍ରଡକ୍ସନ୍ ମ୍ୟାନେଜର ଭାବରେ ଡାନିଏଲ୍ ବାଲାଜୀ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ | ତା’ପରେ ସେ ଟିଭି ଇଣ୍ଡଷ୍ଟ୍ରିରେ କିଛିଦିନ କାମ କରିଥିଲେ। ଏକ‌ ଟିଭି ସିରିଏଲରେ ତାଙ୍କ ଚରିତ୍ରର ନାମ ‘ଡାନିଏଲ୍’ ଥିଲା । ତା’ପରଠୁ ତାଙ୍କ ସ୍କ୍ରିନ୍ ନାମ ହୋଇଥିଲା ଡାନିଏଲ୍ ବାଲାଜୀ।

ବାଲାଜୀ ୨୦୨୨ ମସିହାରେ ତାମିଲ ଫିଲ୍ମ ‘ଏପ୍ରିଲ ମାଧାଥିଲ’ ରୁ ଚଳଚ୍ଚିତ୍ର ଡେବ୍ୟୁ କରିଥିଲେ | ତାମିଲ ଚଳଚ୍ଚିତ୍ର ବ୍ୟତୀତ ଅନେକ ମାଲାୟାଲମ୍, ତେଲୁଗୁ ଏବଂ କନ୍ନଡ ଚଳଚ୍ଚିତ୍ରରେ ବି କାମ କରିଥିଲେ ବାଲାଜୀ।

Comments are closed.