ତାମିଲନାଡୁ ଅନରକିଲିଂ ମାମଲା: ଜଣକୁ ଫାଶୀ, ୧୨ଙ୍କୁ ଆଜୀବନ କାରାଦଣ୍ଡ

ଚେନ୍ନାଇ: ତାମିଲନାଡୁର କୁଡାଲୋର ଜିଲ୍ଲାରେ ୨୦୦୩ରେ ଘଟିଥିବା ଏକ ଅନର କିଲିଂ ମାମଲାରେ ଏକ କୋର୍ଟ ଜଣେ ବ୍ୟକ୍ତିଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହାଛଡ଼ା ଦୁଇ ଜଣ ପୋଲିସ କର୍ମଚାରୀଙ୍କ ସମେତ ୧୨ ଜଣ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଛନ୍ତି।

ଏକ ପ୍ରଭାବଶାଳୀ ତଥା ଉଚ୍ଚ ଜାତିର ୨୨ ବର୍ଷୀୟା ଯୁବତୀ ଡି.କନ୍ନଗୀ ଓ ଅନୁସୂଚିତ ଜାତିର ୨୫ ବର୍ଷିୟ ଏସ୍ ମୁରୁଗେସାନଙ୍କ ମଧ୍ୟରେ ପ୍ରେମ ବିବାହକୁ ନେଇ ଉକ୍ତ ବିଭତ୍ସ ହତ୍ୟାକାଣ୍ଡ ଘଟିଥିଲା। ବିବାହ ପରେ ପରିବାର ଲୋକଙ୍କ ଆକ୍ରମଣ ଭୟରେ ଦମ୍ପତି ଅଲଗା ରହୁଥିଲେ ‌। ତେବେ ମହିଳାଙ୍କ ବିବାହକୁ ମଞ୍ଜୁରି ଦେଇନଥିବା ଯୁବତୀଙ୍କ ପରିବାର ଏକ ମାସ ପରେ ସେମାନଙ୍କୁ ଭେଟିବାକୁ ଡାକିଥିଲେ। ଏହି ସମୟରେ ସେ ଏହି ଦମ୍ପତିଙ୍କୁ ହତ୍ୟା କରିଥିଲେ। ଶରୀରକୁ ଜାଳିବା ପୂର୍ବରୁ ନାକ ଏବଂ କାନ ଦେଇ ବିଷ ଦିଆଯାଇଥିଲା। ରିପୋର୍ଟରେ କୁହାଯାଇଛି ଯେ ହତ୍ୟା ପୂର୍ବରୁ ଚେନ୍ନାଇଠାରୁ ପ୍ରାୟ ୨୩୦ କିଲୋମିଟର ଦୂରରେ ଥିବା କୁପାନାଥାମରେ ଗ୍ରାମବାସୀଙ୍କ ସମ୍ମୁଖରେ ଏହି ଦମ୍ପତିଙ୍କୁ ନିର୍ଯାତନା ଦିଆଯାଇଥିଲା। ଡି କନ୍ନଗୀଙ୍କ ପିତା ସେତେବେଳେ ଗାଁ ମୁଖିଆ ଥିଲେ।

Comments are closed.