ଛାତ୍ରଙ୍କ ଆତ୍ମହତ୍ୟା ପରେ ବିବାଦ, ନିଟ୍ ପରୀକ୍ଷାରୁ ଛାଡ଼ ପାଇଁ ଆଜି ବିଧାନସଭାରେ ବିଲ୍ ଆଣିବେ ତାମିଲନାଡୁ ସରକାର

ଚେନ୍ନାଇ: ରାଜ୍ୟର ଡ଼ାକ୍ତରୀ ଛାତ୍ରଛାତ୍ରୀଙ୍କୁ ଜାତୀୟ ଯୋଗ୍ୟତା ଓ ପ୍ରବେଶିକା ପରୀକ୍ଷା (ନିଟ୍)ରୁ ଛାଡ଼ ଦେବା ପାଇଁ ତାମିଲନାଡୁ ସରକାର ସୋମବାର ବିଧାନସଭାରେ ଏକ ବିଲ୍ ଆଗତ କରିବେ। ନିଟ୍ ପରୀକ୍ଷା ପୂର୍ବରୁ ଜଣେ ୧୯ ବର୍ଷୀୟ ଛାତ୍ରଙ୍କ ଆତ୍ମହତ୍ୟା ରାଜ୍ୟରେ ରାଜନୈତିକ ଝଡ଼ ସୃଷ୍ଟି ହୋଇଥିବାରୁ ଏହାକୁ ପ୍ରଶମିତ କରିବା ପାଇଁ ରାଜ୍ୟ ସରକାର ନିଟ୍ ରୁ ଛାଡ଼ ପାଇଁ ବିଲ୍ ଆଣିବାକୁ ଯାଉଛନ୍ତି।

ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ କହିଛନ୍ତି ଯେ ନିଟ୍ ଦେଶରେ ଏକ ବଡ ପ୍ରସଙ୍ଗ। ଷ୍ଟାଲିନ୍ ତାମିଲରେ ଏକ ଟ୍ୱିଟର ପୋଷ୍ଟରେ କହିଛନ୍ତି, “ନିଟ୍ ଉପରେ ଆଉ ଏକ ମୃତ୍ୟୁ … ଆସନ୍ତାକାଲି ଆମେ ନିଟ୍ ପାଇଁ ସ୍ଥାୟୀ ଛାଡ ବିଲ୍ ଆଣିବୁ। ଆସନ୍ତୁ ନିଟ୍ କୁ ଭାରତର ଏକ ବଡ ପ୍ରସଙ୍ଗ ଭାବରେ ଦେଖିବା।”

୧୯ ବର୍ଷ ବୟସ୍କ ଡାକ୍ତରୀ ପ୍ରାର୍ଥୀ ସଲେମଙ୍କ ଘରେ ତାଙ୍କ ମୃତଦେହ ମିଳିବା ପରେ ଷ୍ଟାଲିନଙ୍କ ଏହି ମନ୍ତବ୍ୟ ଆସିଛି। ତୃତୀୟ ଥର ପାଇଁ ନିଟ୍ ପରୀକ୍ଷାରେ ହାଜର ହେବା ପୂର୍ବରୁ ସେ ଆତ୍ମହତ୍ୟା କରିଥିଲେ। ତାମିଲନାଡୁ ସରକାର ନିକଟରେ ଏକ ନୀତି ନୋଟରେ କହିଥିଲେ ଯେ ଯୋଗ୍ୟତା ପରୀକ୍ଷାରେ ମିଳିଥିବା ମାର୍କ ଏବଂ ନିଟ୍ ରୁ ଛାଡ ଆଧାରରେ ମେଡିକାଲ ଭଳି ବୃତ୍ତିଗତ ଡିଗ୍ରୀ ପାଠ୍ୟକ୍ରମରେ ଭର୍ତ୍ତି ପାଇଁ ସରକାରୀ କମିଟି ଏକ ନୂଆ ଆଇନ ପ୍ରଣୟନ କରିବାକୁ ପରାମର୍ଶ ଦେଇଛି।
ତାମିଲନାଡୁକୁ ନିଟ୍ ରୁ ଛାଡ଼ ଦେବାକୁ ଏଆଇଏମଡିକେ ଶାସନ ସମୟରେ ୨୦୧୭ରେ ପାସ୍ ହୋଇଥିବା ବିଲ୍ କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ମିଳିନଥିଲା।

Comments are closed.